logo
add image
ଜିଲ୍ଲା ଟ୍ରକ୍ ମାଲିକ ସଂଘପକ୍ଷରୁ ସଡକ ସୁରକ୍ଷା ମାସ ପାଳନ- ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଜିଲ୍ଲା ଟ୍ରକ୍ ମାଲିକ ସଂଘପକ୍ଷରୁ ସଡକ ସୁରକ୍ଷା ମାସ ପାଳନ- ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ସୋନପୁର/୭/୧/୨୫/:-ସଡକ ସୁରକ୍ଷା ମାସ ୨୦୨୫ ପାଳନ ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଅଧିକାରୀଙ୍କ ଅନୁରୋଧ ଓ ବିଭାଗର ମିଳିତ ସହଯୋଗ ରେ ସୋନପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ସମାରୁ ସାହୁ ,ସମ୍ପାଦକ ଫଣିନ୍ଦ୍ର କୁମାର ଦାଶ, କୋଷାଧ୍ୟକ୍ଷ ରାଜୀବ ଲୋଚନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲିର ଚକ୍ଷୁ ଡାକ୍ତର ଜାଗାବଳିଆ ସାହୁଙ୍କ ଉପସ୍ଥିତିରେ ସୋନପୁର ସ୍ଥାନୀୟ ବ୍ଲକ୍ ଛକରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସି ଡି ଏମ ଓ ଡାକ୍ତର ପ୍ରଦୀପ ଗୁରୁ ଶୁଭ ଉଦଘାଟନ କରିଥିଲେ। ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ,ଏମ ଭି ଆଇ ବିଶ୍ଵ ରଞ୍ଜନ ସାହୁଙ୍କ ସମେତ ଟ୍ରକ୍ ମାଲିକ ସଂଘର ଭାସ୍କର ଦାଶ,ଟୁନା ଦାଶ, କେଶବ ପୂଜାରୀ,ମାନୁ ସାହୁ, ସୁନୁ ସାହୁ, ଗୋପାଳ ଅଗ୍ରୱାଲ, ଟୁନା ସାହୁ, ସନ୍ତୋଷ ଅଗ୍ରୱାଲ , ସମୀର ଅଗ୍ରୱାଲ ପ୍ରମୁଖ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୋର୍ଡିନେଟର ମୋନାଜ ପଣ୍ଡା ମହାନଦୀ ଚିକିତ୍ସାଳୟ ସହିତ ଯୋଗାଯୋଗ କରିଥିଲେ। ଏହି ଶିବିରରେ ପ୍ରାୟ ୭୦ ଜଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ଦୁଇଜଣ ମୋତିଆ ବିନ୍ଦୁ ଅପରେସନ ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟକୁ ରେଫର୍ ହୋଇଥିବା ଖବର ମିଳିଛି l

Recent Comments

Leave Comments

Top