logo
add image
ଦୀର୍ଘଦିନର ଦାବୀ ଆଜି ପୁରଣହେଲା,ବିଷମକଟକରେ ଅତିରିକ୍ତ ଦୌରାଜର୍ଜ କୋର୍ଟ ଉଦ୍ଘାଟନ ।

ଦୀର୍ଘଦିନର ଦାବୀ ଆଜି ପୁରଣହେଲା,ବିଷମକଟକରେ ଅତିରିକ୍ତ ଦୌରାଜର୍ଜ କୋର୍ଟ ଉଦ୍ଘାଟନ ।

ଵିଷମକଟକ/ ୮/୧/୨୫/ (ଆଧାର ମିଡ଼ିଆ//ରିପୋର୍ଟ-କାଶୀନାଥ ପାଳ)- ରାୟଗଡା ଜିଲ୍ଲାର ମୁନିଗୁଡା ,ଚନ୍ଦ୍ରପୁରୁ,ବିଷମକଟକ ବ୍ଲକର ଜନସାଧାରଣ ଓ ଵିଷମକଟକ ବାର ଆସୋସିଏସନ ଦୀର୍ଘଦିନ ହେବ ଦାବୀକରି ଆସୁଥିବା  ଅତିରିକ୍ତ ଦୌରାଜଜ୍ ସ୍ଥାପନ ପାଇଁ ଆଜି ପୁରଣ ହୋଇ ଦାଵୀର ସଫଳତା ହାସଲ କରିଛି।ଏହି ଅବସରରେ ଆଜି ଵିଷମକଟକ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ଵିଷମକଟକ କୋର୍ଟ ପରିସରରେ ନୂତନ ଅତିରିକ୍ତ ଦୌରାଜଜ୍ କୋର୍ଟ ଉଦ୍ଘାଟନ ଉତ୍ସଵରେ ମାନ୍ୟଵର ଓଡିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଚକ୍ରଧାରୀ ଶରଣ ସିଂଙ୍କ କରକମଳରେ ଭିଡିଓ କନଫରେନ୍ସଦ୍ବାରା ଏହି ନୂତନ କୋର୍ଟ ଉଦ୍ଘାଟନ ହୋଇଯାଇ ଅଛି।ସମ୍ମାନୀତ ଅତିଥିଭାବେ ଓଡିଶା ହାଇକୋର୍ଟର ବିଚାରପତି ତଥା ଭାରପ୍ରାପ୍ତ ରାୟଗଡା ପ୍ରୋଟେକଲ ଜଜ୍ ଶ୍ରୀଯୁକ୍ତ ଆଦିତ୍ୟ କୁମାର ମହାପାତ୍ର ଏଵଂ ରାୟଗଡା ଜିଲ୍ଲାର ସମସ୍ତ ଓ ବିଷମକଟକର ଵରିଷ୍ଟ ଓ କନିଷ୍ଟ ଓକିଲମାନେ ଯୋଗ ଦେଇଥିଲେ।ଏହାଦ୍ଵାରା ଅଞ୍ଚଳର ଲୋକମାନଙ୍କର ମନରେ ଆନନ୍ଦର ଲହରୀ ଖେଳି ଯାଇଛି।ଆଉ ଏଣିକିଏଅଞ୍ଚଳର ଲୋକମାନେ ଗୁଣୁପୁରୁ ଦୌଡି ଖର୍ଚ୍ଚାନ୍ତ ହେଵାକୁ ପଡିବ ନାହିଁ ବୋଲି ଵିଷମ କଟକ ବାର ମତପ୍ରକାଶ କରିଛନ୍ତି,

Recent Comments

Leave Comments

Top