logo
add image
ଜିଲ୍ଲା ଯୁବଉତ୍ସବ ଅନୁଷ୍ଠିତ ।

ଜିଲ୍ଲା ଯୁବଉତ୍ସବ ଅନୁଷ୍ଠିତ ।

ଗୁଣପୁର/୦୯/୦୧/୨୦୨୫/ (ଆଧାର ମିଡ଼ିଆ)  ଜିଲ୍ଲା ଯୁବ ଉତ୍ସବ- ଭାରତ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀ ବିଶ୍ୱ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରଦର୍ଶନୀ, ଚିତ୍ରଙ୍କନ, ବକ୍ତୃତା, କବିତା, ଫୋଟଗ୍ରାଫି,ନୃତ୍ୟ,ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ଗାନ୍ଧୀ ଅନୁଷ୍ଠାନର ଉପ ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା,ଗାନ୍ଧୀ ଅନୁଷ୍ଠାନର ରେଜିଷ୍ଟ୍ରର ଏନ ଭି ଯେ ରାଓ ଜିଗ ଦେଇଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ରାୟଗଡ ଜିଲ୍ଲା ଯୁବ ଅଧିକାରୀ ଭୁକ୍ଷା ରମେଶ ଅଧ୍ୟକ୍ଷତା କରିଥିଲେ,ନେହେରୁ ଯୁବକେନ୍ଦ୍ର ରାୟଗଡାର ସିନିୟର ଅକାଉଣ୍ଟାଣ୍ଟ ଦୁତିୟା ଵଂଛର ସ୍ୱାଗତ ଭାଷଣ ଦେଇଥିଲେ ଓ ଗାନ୍ଧୀ ଅନୁଷ୍ଠାନର ସହକାରୀ ପ୍ରଫେସର ରାଧାକୃଷ୍ଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜିକା ଦିନରେ ଯୁବ ସମାଜ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ୨୦୪୭ସୁଦ୍ଧା ବିକଶିତ ଓଡ଼ିଶା, ବିକଶିତ ଭାରତ ଗଢି ତୋଳିବା ନିମନ୍ତେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପଞ୍ଚପ୍ରାଣ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ସମସ୍ତ ଯୁବ ବର୍ଗଙ୍କୁ ସାମିଲ କରିବା ସହ ସମସ୍ତଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଉଦଘାଟନ ହେବ. ପରେ ଗାନ୍ଧୀ ଅନୁଷ୍ଠାନର ବିଭିନ୍ନ କକ୍ଷରେ ପ୍ରତିଯୋଗିତା ସମୂହ ଆରମ୍ଭ ହୋଇଥିଲା । ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ସେମାନଙ୍କ କୃତିତ୍ୱ ପ୍ରତିପାଦିତ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରର ରାୟଗଡ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ମୁଖ୍ୟ ଅତିଥି, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାୟଗଡ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ନିୟଜନ ତଥା ଦକ୍ଷତା ବିକାଶ ଅଧିକାରୀ ତତ୍ତ୍ୱମସି ମହାପାତ୍ର, ଗାନ୍ଧୀ ଅନୁଷ୍ଠାନର ଉପ ସଭାପତି ଚନ୍ଦ୍ରଧ୍ଵଜ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର, ମାନପତ୍ର ପ୍ରଦାନ କରିଥିଲେ । ଆଜିର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ଓ ସେଇଠୁ ମନୋନୀତ ହେଲେ କେନ୍ଦ୍ର ସ୍ତରକୁ ପ୍ରତିଯୋଗିତା ନିମନ୍ତେ ଯିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ନେହେରୁ ଯୁବକେନ୍ଦ୍ର ଦ୍ୱାରା ଆୟୋଜିତ ସମସ୍ତ କାର୍ଯ୍ୟକ୍ରମଟିକୁ ସହକାରୀ ପ୍ରଫେସର ଘନିଷ୍ଟା ପୃଷ୍ଟି ସଂଯୋଜନା କରିଥିବା ବେଳେ ଉଦଯାପନୀ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କର୍ମଚାରୀ ଲକ୍ଷ୍ମୀ ନାରାୟଣ ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।

Recent Comments

Leave Comments

Top