logo
add image
ଜିଲ୍ଲାପାଳ ଓ ଏସ ପିଙ୍କ କୃତଜ୍ଞତା ଜ୍ଞାପନ

ଜିଲ୍ଲାପାଳ ଓ ଏସ ପିଙ୍କ କୃତଜ୍ଞତା ଜ୍ଞାପନ

ପୁରୀ/୧୧/୧/୨୦୨୫/( ଆଧାର ମିଡ଼ିଆ )ପୁରୀ ବେଳାଭୂମି ଠାରେ ଚାଲିଥିବା ୪ ଦିନିଆ ପୁରୀ ବେଳାଭୂମି ମହୋତ୍ସବ ବା ପୁରୀ ବିଚ ଫେଷ୍ଟିଭାଲ ଆଜି ସଂଧ୍ୟାରେ ଉଦଯାପିତ ହୋଇଛି। ଶାନ୍ତି ଶୃଙ୍ଖଳାର ସହ ଏହା ପରିଚାଳିତ ହୋଇଥିବାରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସ ପି ବିନୀତ ଅଗ୍ରୱାଲ ପୁରୀ ବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି।ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଏହି ବିଚ ଫେଷ୍ଟିଭାଲ କରିବାକୁ ଚିନ୍ତା କରାଯାଇଥିଲା ଓ ଖୁବ କମ ସମୟରେ ଏହାକୁ ଆୟୋଜନ କରାଯାଇଥିଲା।ଏହା ସତ୍ତ୍ୱେ ସମସ୍ତଙ୍କ ସହଯୋଗରେ ଏହି ମହୋତ୍ସବ ସୁନ୍ଦର ଭାବେ ସମ୍ପର୍ଣ୍ଣ ହୋଇଥିବାରୁ ଏହାର ଶ୍ରେୟ ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତ ଙ୍କ ଭରପୁର ସହଯୋଗ ବୋଲି ଜିଲ୍ଲାପାଳ ଓ ଏସ ପି କହିଛନ୍ତି।ଏଥିରେ ପୁରୀ ବାସୀ ଙ୍କ ସହ ସମସ୍ତ ବରେଣ୍ୟ ଲୋକ ପ୍ରତିନିଧି, ସମାଜ ସେବୀ, ସ୍ବେଛାସେବୀ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଆରକ୍ଷୀ ବାହିନୀ, ଗଣମାଧ୍ୟମ ପ୍ରତିନିଧି,ପଲ୍ଲିଶ୍ରୀ ମେଳାରେ ସ୍ବୟଂ ସହାୟକ ଗୋଷ୍ଠୀ ଓ ମେଳାରେ ସାମିଲ ଅନ୍ୟାନ୍ୟ ବ୍ୟବସାୟୀ, ହୋଟେଲ ସଂଘର କର୍ମକର୍ତ୍ତା,କଳାକାର ପ୍ରମୁଖ ଙ୍କୁ ଉଭୟ ଜିଲ୍ଲାପାଳ ଓ ଏସ ପି କୃତଜ୍ଞତା ଜଣାଇବା ସହ ଭାଇଚାରାର ସହର ପୁରୀ ରେ ଏହିଭଳି ସହଯୋଗ ଭବିଷ୍ୟତରେ ମଧ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

Recent Comments

Leave Comments

Top