ଢେଙ୍କାନାଳ/ ୧୧/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-ସନ୍ଧ୍ୟାରାଣୀ ନାଠି) : ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଏନ, ସି କଲେଜ, ଯାଜପୁର ଠାରେ ଅନୁଷ୍ଠିତ ଆନ୍ତଃମହାବିଦ୍ୟାଳୟ କିକବକ୍ସିଙ୍ଗ ଚାମ୍ପି୍ୟାନସିପରେ ହିନ୍ଦୋଳ କଲେଜ, ଖଜୁରିଆକଟାର ୬ ଜଣ ଛାତ୍ରଛାତ୍ରୀ ଗତ ୧୦ ତାରିଖ ଦିନ ଅଂଶ ଗ୍ରହଣ କରି ସଫଳତା ଅର୍ଜନ କରି କଲେଜର ଗୌରବକୁ ବୃଦ୍ଧି କରିଛନ୍ତି l ଛାତ୍ର, ଛାତ୍ରୀଙ୍କ ମଧ୍ୟରୁ +୩ କଳା ବିଭାଗର ତୃତୀୟ ବର୍ଷ ଛାତ୍ରୀ ସନ୍ଧ୍ୟାରାଣୀ ନାଠୀ ଓ ସୁଚିସ୍ମିତା ସାମଲ ସ୍ୱର୍ଣ୍ଣପଦକ ହାସଲ କରିଥିଲା ବେଳେ ଛାତ୍ରୀ ଋତୁପର୍ଣ୍ଣା ମହାପାତ୍ର ଓ ଛାତ୍ର ସନ୍ତୋଷ ବେହେରା ରୌପ୍ୟ ପଦକ ପାଇଛନ୍ତି l ଏହି ଉପଲକ୍ଷେ ଆଜି କଲେଜ ପରିସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିମଳ ପ୍ରଧାନ ବିଜେତା ମାନଙ୍କୁ ପୁଷ୍ପତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏଥିରେ କ୍ରୀଡା ପରିଷଦର ଉପସଭାପତି ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, କ୍ରୀଡା ଶିକ୍ଷକ ସତ୍ୟବ୍ରତ ଜେନାମଣିଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
Recent Comments