logo
add image
ସକତ ସିଡସ ତରଫରୁ ସଚେତନତା କାର୍ଯ୍ୟକ୍ରମ।

ସକତ ସିଡସ ତରଫରୁ ସଚେତନତା କାର୍ଯ୍ୟକ୍ରମ।

ପିପିଲି/୧୧/୧/୨୦୨୫/ ( ଆଧାର ମିଡ଼ିଆ )ଗତକାଲି ଅପରାହ୍ନରେ ଵଳଙ୍ଗା ପ୍ରଧାନ ସାହିରେ ଫୁଲକୋବି ଓ କଲରା ଚାଷ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୂତାଵକ ଶୁକ୍ରବାର ଅପରାହ୍ନରେ ଵଳଙ୍ଗା ପ୍ରଧାନ ସାହି ଗ୍ରାମରେ ସକତ ସିଡସ ତରଫରୁ ବୈଠକରେ ସକତ ସିଡସର ପରିଚାଳକ ପ୍ରୀତି ସୁନ୍ଦର ସାହୁ ଓ ସେଲସ ଅଫିସର ସୁବାସ ଚନ୍ଦ୍ର ମହାନ୍ତି ଓ ବନମାଳି ରାଉତ ପ୍ରମୁଖ ଯୋଗଦେଇ ଚାଷୀ ମାନଙ୍କୁ ହ୍ୟାଇଟର କ୍ରିଷ୍ଟାଲ ଫୁଲକୋବି ଓ ଯୋଦ୍ଧା କଲରା ଚାଷ ଉପରେ ଚାଷ କରିବା ପାଇଁ ପ୍ରଵର୍ତ୍ତାଇଥିଲେ। ଵଳଙ୍ଗା ପ୍ରଧାନ ସାହି ଗ୍ରାମର ଚାଷୀ ବିରଞ୍ଚି ସାହୁ ଫୁଲକୋବି ଚାଷ କରି ଲାଭବାନ ହୋଇଥିବାରୁ ତାଙ୍କୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାଞ୍ଚଶହରୁ ଉର୍ଦ୍ଦ ଚାଷୀ ଯୋଗଦେଇଥିଲେ।

Recent Comments

Leave Comments

Top