logo
add image
କୋଶଳ ଉଚ୍ଚ ବିଦ୍ୟାଳୟ ଠାରେ ରକ୍ତଦାନ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ-

କୋଶଳ ଉଚ୍ଚ ବିଦ୍ୟାଳୟ ଠାରେ ରକ୍ତଦାନ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ-

ସୋନପୁର/୧୨/୦୧/୨୦୨୫/ (ଆଧାର ମିଡ଼ିଆ) ସ୍ବାମୀ ଵିବେକା ନନ୍ଦଙ୍କ ଜୟନ୍ତୀ ଅବସରରେ ସୋନପୁର କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟ ଠାରେ ମେଗା ରକ୍ତଦାନ ଶିବିର ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଏସପି ଶ୍ରୀ ଏସପି ରାମ ପ୍ରସାଦ ସାହୂ ମୂଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର୍ ସାମଲ ,ବିଶିଷ୍ଟ ସମାଜସେବୀ ଶ୍ରୀ ଶ୍ରୀବତ୍ସ ମଲ୍ଲିକ, ମନୋରଞ୍ଜନ ତ୍ରୀପାଠୀ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରି ମାନପତ୍ର ପ୍ରଦାନ କରି ସମ୍ବର୍ଧିତ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର୍ ସାହୁ ଅତିଥି ପରିଚୟ କରିଥିବା ବେଳେ ଶିକ୍ଷୟିତ୍ରୀ ସ୍ମିତା ରାଣୀ ମିଶ୍ର ସଭା ସଂଯୋଜନା କରିଥିଲେ l ସଂପାଦକ ପିତାମ୍ବର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ରକ୍ତଦାନ ଓ ଶିବିର ଆୟୋଜନ କ୍ଷେତ୍ରରେ ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଥିବା  ପ୍ରେରଣାଦାୟୀ ମନୋଜ୍ ପଣ୍ଡା, ରକ୍ତଦାତା ଶ୍ରୀ ଦେଵ ରାଜ ଦାଶ, ରମିଲl ସାହୁ, ସୁଜାତା ନାୟକ, ପ୍ରତିଭା ନାୟକ, ଲକ୍ଷ୍ମୀ ସାହୁଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରା ଯାଇଛି l ଡ଼ା ଚିତ୍ତ ରଞ୍ଜନ ତ୍ରିପାଠି ଙ୍କ ତତ୍ତ୍ଵl ବଧlନ ରେ ଅନୁଷ୍ଟିତ ଏହି ଶିବିର ରେ ମହାନଦୀ ନେତ୍ର ଚିକିତ୍ସାଳୟ  ତଥା ଲେପ୍ରା ସୋସାଇଟି ସିଟି ସେଣ୍ଟର୍ ର କର୍ମଚାରୀ ଜଗାବଳିଆ, ମନୋଜ୍ ସାହୁ, ଓ ଜିଲ୍ଲା ରକ୍ତ କେନ୍ଦ୍ରର ଜଗତ ଦରୁଅlନ, ସୁଦାମ ବିଶ୍ଵାଳ, ସୁଶାନ୍ତ ସାହୂ , ଯୁଧିଷ୍ଟିର ନାଏକ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

Recent Comments

Leave Comments

Top