ବୌଦ୍ଧ/୧୨/୧ /୨୦୨୫// (ଆଧାର ମିଡ଼ିଆ) ବୌଦ୍ଧଜିଲ୍ଲା ବିଜୁଳି କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ଆଜି ଜିଲ୍ଲା କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି।ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଙ୍ଘ ବୌଦ୍ଧ ଡିଭିଜନର ବାର୍ଷିକ ସମ୍ମିଳନୀ ଡିଭିଜନ ସମ୍ପାଦକ ପ୍ରତାପ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସମ୍ମିଳନୀ ରେ ଶ୍ରମିକନେତା ତଥା ବିଜୁଳି କର୍ମଚାରୀ ସଙ୍ଘର ପରାମର୍ଶଦାତା ଅବକାଶ ସାହୁ ପ୍ରଦୀପ ପ୍ରଜ୍ବଳନ କରି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସର୍କଲ ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ନନ୍ଦ ଓଡିଶା ବିଜୁଳି କ୍ଷେତ୍ରରେ ଏକ ବଳକା ରାଜ୍ୟ ହୋଇଥିବା ବେଳେ ସମ୍ପ୍ରତି ଟାଟାପାୱାର ଉଭୟ ଗ୍ରାହକ ଓ ବିତରକ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକଙ୍କୁ ଶୋଷଣ କରିଚାଲିଛି । ଠିକା ପ୍ରଥା ଉଛେଦ କରି ସମସ୍ତ ଠିକା ଶ୍ରମିକଙ୍କୁ ସ୍ଥାୟୀ କରିବା ୧୨ ଘଣ୍ଟା ବଦଳରେ ୮ ଘଣ୍ଟା କାମ ପ୍ରଭୃତି ଦାବିନେଇ ଦୃଢ଼ ଆନ୍ଦୋଳନ ଗଢିତୋଳିବାକୁ ଉପସ୍ଥିତ ଵକ୍ତାମାନେ ଆହ୍ୱାନ ଦେଇଥିଲେ । ଆଗମୀ ବର୍ଷ ପାଇଁ ଉପଦେଷ୍ଟା ଭାବେ ଅବକାଶ ସାହୁ, ସାଧାରଣ ସମ୍ପାଦକ ଭାବେ ପ୍ରତାପ ପ୍ରଧାନ, ଉପସାଧାରଣ ସମ୍ପାଦକ ଭାବେ ସୁନୀଲ ପ୍ରଧାନ,ସଂଗଠନ ସମ୍ପାଦକ ଭାବେ ଗୁପ୍ତେଶ୍ୱର ପ୍ରଧାନ, କୋଷାଧକ୍ଷ ଭାବେ କୁଶଳେଶ୍ୱର ଡାଙ୍ଗ ନିର୍ବାଚିତ ହୋଇଥିଲେ ।
Recent Comments