logo
add image
ରାଷ୍ଟ୍ରୀୟ ଯୁବଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଷ୍ଟ୍ରୀୟ ଯୁବଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

କଣିହାଁ/ ୧୨/୦୧/୨୦୨୫/ (ଆଧାର ମିଡ଼ିଆ ) କଣିହାବ୍ଲକ ଜରଡl ପଞ୍ଚାୟତ ତିସ୍ଥ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଯୁବ ସଂଗଠନର  ବିମଳ କୁମାର ସାହୁଙ୍କ ନେତୃତ୍ଵରେ ରକ୍ତଦାନ ଶିବିର ରବିବାର ଆୟୋଜିତ ହୋଇଯାଇଛି l ଏହି ଆୟୋଜିତ ରକ୍ତଦାନ ଶିବିରକୁ ଅବସର ପ୍ରାପ୍ତ ଶିକ୍ଷାବିତ ଥବିରଚନ୍ଦ୍ର ପ୍ରଧାନ, ବିକ୍ରମ ଚରଣ ସାହୁ ସାମାଜିକ କର୍ମୀ ଶିବପ୍ରସାଦ ରାଉତ ଏବଂ ବାଜିରାଉତ କ୍ଲବର ସଭାପତି ସମୀର ରଞ୍ଜନ ସାହୁ  ପ୍ରମୁଖ ଯୋଗଦେଇ ପ୍ରଦୀପପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏଥିରେ କେନ୍ଦ୍ରୀୟ ରକ୍ତଭଣ୍ଡାର କଟକର ଡାକ୍ତର ଓ କର୍ମଚାରୀ ମାନେ  ରକ୍ତସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିଲେ  I ପଞ୍ଚାୟତ ଯୁବକ ସଂଘର କାର୍ଯ୍ୟକର୍ତ୍ତା ସହଯୋଗରେ ୧୦୯ ୟୁନିଟ୍ ରକ୍ତ ସ୍ବେଚ୍ଛାକୃତ ଭାବେ ରକ୍ତ ସଂଗ୍ରହ ହୋଇଛି l ଆଗାମୀ ଦିନରେ ଏଭଳି ମହତ୍ କାର୍ଯ୍ୟ ଜାରି ରଖିବା ପାଇଁ ଉପସ୍ଥିତ ଅତିଥିମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ପଞ୍ଚାୟତର ଯୁବକ ସଂଘର ସମସ୍ତ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ l

Recent Comments

Leave Comments

Top