କଣିହାଁ/୧୨/୧/୨୦୨୫/ (ଆଧାର ମିଡ଼ିଆ)-ମିଥ୍ୟା ପ୍ରତିଶୃତି ଦେଇ ଲୋକମାନଙ୍କୁ ହଇରାଣ ହରକତ କରିବା ପ୍ରଶାସନ ଆଜି ପୋଲିସ ପ୍ରଶାସନର ସହାୟତାରେ ଜୋର ଜବରଦସ୍ତ ଆନ୍ଦୋଳନ କାରୀଙ୍କୁ ରାସ୍ତାରୁ ହଟାଇ କୋଇଲା ଖଣିକୁ ଚାଲୁ କରାଯାଇଛି. କୋଇଲା ଖଣି ଦ୍ୱାରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଜରଡା ଗ୍ରାମବାସୀ କରିଥିବା ଖଣିବନ୍ଦ ଆନ୍ଦୋଳନର ୭ମ ଦିନରେ ବ୍ୟାପକ ପୋଲିସ ସହାୟତାରେ ଖଣିକାର୍ଯ୍ୟ ସ୍ଵାଭାବିକ କରିଛି ପ୍ରଶାସନ l ରବିବାର ସକାଳେ ବ୍ୟାପକ ପୋଲିସ ଫୋର୍ସ ମାଧ୍ଯମରେ ଆନ୍ଦୋଳନକରୀଙ୍କୁ ଘେରାବନ୍ଦୀ କରି ଖଣିକାର୍ଯ୍ୟ ସ୍ଵାଭାବିକ କରିଥିଲା ପ୍ରଶାସନ l ଏଥିପାଇଁ ଆନ୍ଦୋଳନ ସ୍ଥଳରେ ଅନୁଗୋଳ ଏସପି ରାହୁଲ ଜେନ,ତାଳଚେର ଉପଜିଲ୍ଲାପାଳ ଆଇଏଏସ ସମୀର କୁମାର ଜେନା, ୨ ଆଡିସିନାଲ ଏସପି ସତ୍ୟଜିତ ମିଶ୍ର ଓ ଏସ ରାୟଗୁରୁ,ମାଜଷ୍ଟ୍ରେଟ ପାୱାର ନେଇ କଣିହାଁ ବିଡିଓ ଦେବଦତ୍ତ ପ୍ରଧାନ, ତାଳଚେର ତହସିଲଦାର ରୋଜାଲିନ ବେହେରା, କଣିହାଁ ଅତିରିକ୍ତ ତହସିଲଦାର ଅନୁପ ପରମଗୁରୁ, ଅନୁଗୋଳ ଆସିଷ୍ଟାଣ୍ଟ କଲେକ୍ଟର ସଞ୍ଜୟ ନାଏକ, ପାଳଲହଡା ଆସିଷ୍ଟାଣ୍ଟ କଲେକ୍ଟର ଗିରିଶ ସିଂହ, ୬ଜଣ ଏସଡିପିଓ, ୧୨ଇନ୍ସପେକ୍ଟର, ୨୦ ଜଣ ଏସଆଇ ଓ ଏଏସଆଇ, ୧୭ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ l ଫଳରେ କୋଇଲା ପରିବହନ ଓ ଉତ୍ପାଦନ ସ୍ଵାଭାବିକ ହୋଇଛି l ଏଥିନେଇ ଗ୍ରାମବାସୀଙ୍କ ମନରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି l
ସୁଚନାଯୋଗ୍ୟଯେ କଣିହାଁ କୋଇଲା ଖଣିଦ୍ଵାରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଜରଡା ଗ୍ରାମବାସୀ ଦୀର୍ଘବର୍ଷ ହେବ ଥାଇଥାନ ଦାବିରେ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛନ୍ତି l ଏମସିଏଲ ଓ ପ୍ରଶାସନ ପକ୍ଷରୁ ମିଥ୍ୟା ପ୍ରତିଶ୍ରୁତି ମିଳୁଥିବାରୁ ଗ୍ରାମବାସି ଆନ୍ଦୋଳନକୁ ଓହ୍ଲାଇ ପ୍ରସ୍ତାବିତ ପଥରମୁଣ୍ଡା ଯାଗା ମିଳିବା ଦାବିରେ କଣିହାଁ କୋଇଲା ଖଣି ମେନଗେଟ ସମ୍ମୁଖରେ ସୋମବାର ଧାରଣାରେ ବସିରହି ଆନ୍ଦୋଳନ ଚଳାଇଥିଲେ l ଫଳରେ ସେହିଦିନ ଅପରାହ୍ନରେ ତାଳଚେର ଠାରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ବସିଥିଲା l ବୈଠକରେ ଆନ୍ଦୋଳନକାରୀଙ୍କୁ ଆରପିଡିଏସି ବୈଠକରେ ବସି ସମାଧାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା l ମାତ୍ର ଉକ୍ତନିଷ୍ପତିକୁ ଗ୍ରହଣ କରିନଥିଲେ ଗ୍ରାମବାସୀ ଓ ଆନ୍ଦୋଳନ ଚାଲୁ ରଖିଥିଲେ l ଥଇଥାନ ନହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବୁ ବୋଲି ଚେତାବନୀ ଦେଇଥିଲେ ଗ୍ରାମର ମହିଳା ମାନେ l ଏଥିନେଇ ଆନ୍ଦୋଳନକାରୀଙ୍କ ମନରେ ଅସନ୍ତୋଷର ନିଆଁ ଜଳୁ ଥିବାବେଳେ ଆଗାମୀ ଦିନରେ ବିସ୍ପରକ ରୁପ ନେପାରେ ବୋଲି ଆନ୍ଦଳନ କାରୀଙ୍କ ସୂତ୍ରରୁ ପ୍ରକାଶ l
Recent Comments