logo
add image
ବିଶ୍ୱପ୍ରସିଧ୍ୟ ବରଗଡ ଧନୁଯାତ୍ରାର କିଛିକଥା କିଛିବ୍ୟଥା-

ବିଶ୍ୱପ୍ରସିଧ୍ୟ ବରଗଡ ଧନୁଯାତ୍ରାର କିଛିକଥା କିଛିବ୍ୟଥା-

ଭୁବନେଶ୍ୱର/ବରଗଡ/୧୪/୦୧/୨୦୨୫/ (ଆଧାର ମିଡ଼ିଆ)-ସରିଗଲା ବରଗଡର ବିଶ୍ୱପ୍ରସିଧ୍ୟ ଧନୁଯାତ୍ରା ୨୦୨୫.ସବୁବର୍ଷ ଅପେକ୍ଷା ଚଳନ୍ତି ବର୍ଷ ଧନୁଯାତ୍ରାରେ କିଛି ପରିବର୍ତନ ହୋଇଥିବାର ଦେଖିବାକୁ ମିଳିଥିଲା.କଂସଙ୍କର ରାଜମହଲ,ରଙ୍ଗମହଲ,ବନ୍ଦୀଶାଳା,ଗୋବିନ୍ଦପାଲିର ମୂନିଋଷିଙ୍କର ଯଜ୍ଞମଣ୍ଡପ,କାଳୀୟ ଦଳନ ନାବକେଳି,ଠାରୁ ଆରମ୍ଭ କରି ବରଗଡର ସାଜସଜା ପର୍ଯ୍ୟଟକ ମାନଙ୍କ ମନମୋହି ଥିଲା.ସେପଟେ କୃଷ୍ଣ ଜନ୍ମଭୂମି ଅର୍ଥାତ ଅମ୍ବାପାଲି ରୂପକ ଗୋପପୁରର ସାଜସଜା ପର୍ଯ୍ୟଟଙ୍କ ମନଲାଖି ହୋଇଥିଲା.କିନ୍ତୁ ପଲ୍ଲିଶ୍ରୀ ମେଳାରେ ବେପାର ନ ହେବାରୁ ଵ୍ୟଵସାୟୀମାନେ ଅସନ୍ତୁଷ୍ଟ ହେଉଥିବାର ଜାଣିବାକୁ ମିଳିଛି.କଥାରେ ଅଛି ଭିତରେ ଫମ୍ପା ବାହାର ଚକା ଚକ.ଏହାର ଅର୍ଥ ବାହାରେ ସାଜସଜା କରି ଲୋକଦେଖାଣିଆ କରିଦେଇ ଭିତର ଫମ୍ପା ମାଠିଆ କରିଦେବା ଲୋକହସାର କାରଣ ପାଲଟିଛି ୨୦୧୫ର ଧନୁଯାତ୍ରା .
ପ୍ରଥମେ ପାର୍କିଙ୍ଗ ପଏଣ୍ଟକୁ ବିଚାରକୁ ନେବା.ଯେଉଁ ସ୍ଥାନରେ ପାର୍କିଙ୍ଗ କରାଗଲା କେହି କିଛି ଜାଣି ପାରିଲେନାହିଁ.ଯାହାକି ବସ,କାର,ବାଇକ ଧରି ଆସିଥିବା ପର୍ଯ୍ୟଟକ ମାନେ କୁକୁର କୁଲୀଆ ଭଳି ହେଉଥିବାର ଦେଖିବାକୁ ମିଳିଥିଲା.ଏମିତିକି ବ୍ରହ୍ମପୁରରୁ କିଛି ପର୍ଯ୍ୟଟକ ଖମ୍ବେଶ୍ବରୀ ବସ ନେଇ ବରଗଡର ଧନୁଯାତ୍ରା ଦେଖିବାକୁ ଆସିଥିଲେ.କେବଳ ପାର୍କିଙ୍ଗ କରିବାକୁ ଡ୍ରାଇଭରକୁ ଦୁଇଘଣ୍ଟା ସମୟ ଲାଗିଥିଲା.ଯାହାଫଳରେ ବିରକ୍ତି ହୋଇ ୫୦ଜଣ ପର୍ଯ୍ୟଟକଙ୍କୁ ଫେରିବାକୁ ପଡିଥିଲା.ଏଭଳି କୌଣସି ବ୍ୟବସ୍ତା ନ ଥିବାରୁ ହାସ୍ୟସ୍ପଦ ହେବାକୁ ପଡିଛି.ଆଉ ଗୋଟିଏ କଥା ବିଚାରକୁ ନିଆଯାଉ ପୋଲିସ ପ୍ରଶାସନ ହେଉ କିମ୍ବା ଧନୁଯାତ୍ରା କମିଟି ହେଉ ସୂଚନା କେନ୍ଦ୍ର ଠିକରେ ହୋଇପାରିନାହିଁ ଯାହାକି ବାହାରୁ ଆସିଥିବା ପର୍ଯ୍ୟଟକ ଧନୁଯାତ୍ରା କେଉଁଠି ହେଉଛି ବୋଲି ବାଟୋଇ ମାନଙ୍କୁ ପଚାରିବାକୁ ପଡିଥିବାର ଦେଖିବାକୁ ମିଳିଥିଲା.ଗାନ୍ଧୀଛକ ଏବଂ ଘରୋଇ ବସଷ୍ଟାଣ୍ଡ ନିକଟରେ ସୂଚନା କେନ୍ଦ୍ର ରହିବା କଥା ତାହାବି ହୋଇପାରିଲା ନାହିଁ.ବୋଧହୁଏ ଏ କଥା କାହାରି ମାନେନାହି. ଧନୁଯାତ୍ରାରେ କେବଳ ମିନାବଜାର,ପଲ୍ଲିଶ୍ରୀମେଳା,ଦୋଳି,ଲାଗିଗଲେ ପର୍ଯ୍ୟଟକ ମାନେ ଆସିବେ ତାହା ଭାବିବା ଭୁଲ .ବିଗତ କିଛିବର୍ଷ ତଳେ ଅତି କମରେ ୩ନୋଟି ଅପେରାପାଟି ପଡୁଥିଲା.ବରଗଡ ଜିଲ୍ଲାକୁ ଛାଡି ବାହାର ଜିଲ୍ଲା ମାନଙ୍କରୁ ପର୍ଯ୍ୟଟକ ମାନେ ଆସୁଥିଲେ ବୁଲି ବୁଲି ଧନୁଯାତ୍ରା ଦେଖିସାରି ଅପେରା ଦେଖି ସଖାଳୁ ସଖାଳୁ ଫେରୁଥିଲେ.ଏହା ହେବାଦ୍ବାରା ବ୍ୟବସାୟ ବଢିବା ସହିତ ବାହାର ପର୍ଯ୍ୟଟଙ୍କ ଭିଡ଼ ଦେଖିବାକୁ ମିଳୁଥିଲା.ଅପେରା ବନ୍ଦହୋଇଯିବାରୁ ବାହାର ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଗଲା.ବିଗତ ବର୍ଷରେ ଭାରତର ବିଭିନ୍ନ ରାଜ୍ୟରୁ କଳାକାର ମାନେ ଆସିବା ସହିତ ଭାରତ ବାହାରୁ ମଧ୍ୟ କଳାକାର ଆସୁଥିଲେ ଯାହାଫଳରେ ପର୍ଯ୍ୟଟକ ମାନେ ଆସୁଥିଲେ.ସେଗୁଡିକ ବନ୍ଦ ହୋଇଗଲା. ଏମିତି ହେବାଦ୍ବାରା ପଶ୍ଚିମ ଓଡ଼ିଶାର ପ୍ରାୟ ସବୁଜିଲ୍ଲାରେ ଧନୁଯାତ୍ରା ହେଉଥିବାର ଡେକିବାକୁ ମିଲିଲାଣି. ବିଶେଷକରି ଆଜିପର୍ଯ୍ୟନ୍ତ ସମ୍ବଲପୁରରେ ଧନୁଯାତ୍ରା ହୋଇ ନ ଥିଲା.ଚଳନ୍ତି ବର୍ଷ ୧୫/୦୧/୨୦୨୫ ତାରିଖରୁ ସମ୍ବଲପୁରର ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଛି.ତେଣୁ ବରଗଡର ଏହି ଐତିହାସିକ ଯାତ୍ରାକୁ ଆହୁରି ଲୋକାଭିମୁଖୀ କରିବାକୁ ହେଲେ ଏ ସବୁପ୍ରତି ଧ୍ୟାନ ଦେବାକୁ ପଡିବ.    

Recent Comments

Leave Comments

Top