ବଲାଙ୍ଗୀର/୧୫/୦୧/୨୦୨୫/( ଆଧାର ମିଡ଼ିଆ )-ବଲାଙ୍ଗୀର ଉପକଣ୍ଠ ସରକାରୀ ମହିଳା ମହାବିଦ୍ୟାଳୟର ସଭାଗୃହରେ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ଯରେ "ମାଟିର ମଣିଷ:ଏକ ଆଲୋଚନା" ଶୀର୍ଷକ ଏକଦିବସୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଅରବିନ୍ଦ ଓଝା କାର୍ଯ୍ଯକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସୋନପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡଃ ମୀନକେତନ କୁମ୍ଭାର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ମାଟିର ମଣିଷ ଉପନ୍ୟାସ ସଂପର୍କିତ ବିଭିନ୍ନ ପ୍ରବନ୍ଧ ଉପସ୍ଥାପନରେ ଛାତ୍ରୀ ଉର୍ମିଳା ପଟେଲ,ତୃପ୍ତିମୟୀ ବିଶ୍ବାଳ,ସ୍ବୟଂପ୍ରଭା ପୂଝାରୀ ସକ୍ରୀୟ ଭୂମୀକା ଗ୍ରହଣ କରିଥିଲେ । ଉପନ୍ୟାସର ପ୍ରାସଂଗିକ ଆଲୋଚନା ହେବା ସହ ତୁଳନାତ୍ମକ ଦିଗ ଉପରେ ଆଲୋଚନାଚକ୍ରଟି କେନ୍ଦ୍ରୀଭୂତ ହୋଇଥିଲା । ଡଃ ସରୋଜ କୁମାର ଜଗଦଲା ସଭା ସଂଚାଳନ ଓ ଅଧ୍ୟାପକ ଯୋଗେଶ୍ବର ପଧାନ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ବିଭାଗର ଅଧ୍ୟାପକ ନିରଞ୍ଜନ ସେଠ,ରତିକାନ୍ତ ନାଏକ ଓ ବିପ୍ଲବ ପଧାନ ପ୍ରମୁଖଙ୍କ ସହ ବିଦ୍ୟାଳୟର ବହୁସଂଖ୍ୟକ ଛାତ୍ରୀ ଯୋଗ ଦେଇଥିଲେ l
Recent Comments