ପିପିଲି/ପୁରୀ/୧୬/୧/୨୦୨୫/( ଆଧାର ମିଡ଼ିଆ )-ପୁରୀଜିଲ୍ଲା ପିପିଲିର କସ୍ତୁରୁବା ମହିଳା ମହାବିଦ୍ୟାଳୟ ତରଫରୁ ଜାତୀୟ ରାଜପଥରେ ଥିବା ପିପିଲି ଏଣ୍ଟ୍ରି ପଏଣ୍ଟ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉକ୍ତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଏଵଂ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦାନ କରିଥିଲେ । ଜାତୀୟ ରାଜପଥରେ ଶହ ଶହ ଵାଇକ ଆରୋହି ଏବଂ ଫୋର୍ ଲିୟର ଗାଡି ଚାଲକ ମାନଙ୍କୁ ସଚେତନତା କରିଥିଲେ । ହେଲମେଣ୍ଟ ଏଵଂ ସିଟ୍ ଵେଲଟ ଵ୍ୟଵହାର କରିବା ସହିତ ନିଜ ଜୀବନକୁ ମୁତ୍ୟୁ ମୁଖରୁ କିପରି ଵଞ୍ଚିପାରିବେ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟମରେ ଜନସାଧାରଣଙ୍କୁ ଵୁଝାଇ ଥିଲେ. ଏ କାର୍ଯ୍ୟକ୍ରମ ହେବାଦ୍ଵାରା ଦୁର୍ଘଟଣାରୁ ଜନସାଧାରଣ ଅଳ୍ପକେ ବଞ୍ଚିପାରିବେ ।
Recent Comments