ପିପିଲି/ପୁରୀ/୧୮/୧/୨୦୨୫/( ଆଧାର ମିଡ଼ିଆ )-ଶନିବାର ଦିନ ପିପିଲି ପଞ୍ଚାୟତ ସମିତି ବୈଠକ ଗୃହରେ ମାନ୍ୟବର ସାଂସଦ ଡ଼.ସମ୍ବିତ ପାତ୍ର ଓ ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଦ୍ୱାରା ଭତ୍ତାବଣ୍ଟନ ଆରମ୍ଭ ହୋଇଥିଲା. ଭତ୍ତା ବଣ୍ଟନ ପୂର୍ବରୁ ମାନ୍ୟବର ସାଂସଦ ନିଜ ବକ୍ତବ୍ୟରେ ଉପସ୍ଥିତ ଥିବା ହିତାଧିକାରୀ କାରୀଙ୍କୁ ନିର୍ବାଚନ ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କ ଚାରି ଦ୍ୱାରା ଖୋଲିବା. ବିଭିନ୍ନ ଯୋଜନାରେ ନୂତନ ଭାବରେ ସାମିଲ କରିବା ଏବଂ ଭତ୍ତା ପାଉଥିବା ହିତାଧିକାରୀ ମାନଙ୍କର ଭତ୍ତା ୩ .୫୦୦ କୁ ବୃଦ୍ଧିକରିବା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଶୃତି ଦେଇ ଆଜି କାର୍ଯ୍ୟକ୍ଷମ କରିଥିବାରୁ ପିପିଲି ବ୍ଲକର ୨୫ ଗୋଟି ଗ୍ରାମ ପଞ୍ଚାୟତର ୨୫ ସହ ଜଣକୁ ପ୍ରଥମ ପର୍ଯ୍ୟାୟରେ ବିକଳାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତାରେ ସାମିଲି କରାଯାଇ ଥିବାରୁ ସାଂସଦ ଓ ବିଧାୟକ ଖୁସିର ସହିତ ପ୍ରକାଶ କରିଛନ୍ତି.ତେବେ ଏଥି ମଧ୍ୟରୁ ଆଜି ୨୫ ଗୋଟି ପଞ୍ଚାୟତର ୪ /୫ ଜଣଙ୍କୁ ସାଂସଦ ଡ଼. ସମ୍ବିତ ପାତ୍ର ଓ ବିଧାୟକ ଶ୍ରୀ ପଟ୍ଟନାୟକ ଭତ୍ତା ବଣ୍ଟନ କରିଥିଲେ.ଯେଉଁ ମାନେ ୮୦ % ଶତକଡା ଭାଗରୁ ଉର୍ଦ୍ଧ ଭିର୍ଣ୍ଣକ୍ଷମ ଥିବା ଓ ଯେଉଁ ବୃଦ୍ଧାଙ୍କୁ ୮୦ ବର୍ଷରୁ ଉର୍ଦ୍ଧ ବୟସ ହୋଇଛି ସେହିମାନେ ଏଥିରେ ସାମିଲି ହୋଇଛନ୍ତି. ଏହି ସମୟରେ ପିପିଲି ମଣ୍ଡଳ ଉର୍ନ୍ନୟନ ଅଧିକାରୀ ସରୋଜ ରାଉତ. ପିପିଲି ବ୍ଲକ ଅଧକ୍ଷା ଦେବସ୍ୱିନୀ ନନ୍ଦ.ଉପାଧକ୍ଷ ପ୍ରଫୁଲ୍ଲ କୁମାର ସ୍ୱାଇଁ ଉପସ୍ଥିତ ଥିବାବେଳେ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ରହିଥିଲେ.
Recent Comments