କଣିହାଁ/ଅନୁଗୁଳ/ ୧୯ /୧/୨୦୨୫/ (ଆଧାର ମିଡ଼ିଆ) ଅନୁଗୋଳ ଜିଲ୍ଲା ଡେରଙ୍ଗ ପଂଚାୟତର ଭାରତୀୟ ଜନତା ପାଟିର ନେତୃତ୍ୱରେ ଗତମାସ ଡିସେମ୍ବର ୨୬ ତାରିଖ ଜେଆଇପିଏଲ କମ୍ପାନୀ ଗେଟ ସମୁଖରେ ପଞ୍ଚାୟତର ବିଜେପି ନେତ୍ରୁବୃନ୍ଦ ବିଭିର୍ଣ୍ଣ ମୌଳିକ ସମସ୍ୟାକୁ ନେଇ ଧାରଣା ଦେଇଥିଲେ,ଜାନୁୟାରୀ ୧୮ ତାରିଖ ତାର ସମାଧାନୀ ବୈଠକ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରେ ଜେଆଇପିଏଲ କମ୍ପାନୀକୁ ନେଇ ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟାକ୍ଷତାରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା ,ବୈଠକରେ ପାଳଲହଡା ବିଧାୟକ ଅଶୋକ ମହାନ୍ତି, କଣିହାଁ ତହସିଲଦାର ଚିନ୍ମୟୀ ଦାସ, ପାଳଲହଡା ଏସଡିପିଓ ସୁଶାନ୍ତ କୁମାର ତାଉଡ଼ିଆ, କଣିହାଁ ଆଇ ଆଇସି ମନୋଜ କୁମାର ପ୍ରଧାନ ଏସଆଇ ଜ୍ଞାନ ରଞ୍ଜନ ବେହେରା, ଇଡି ଜେଆଇପିଏଲ ସୁନୀଲ ଅଗ୍ରୱାଲ, ଭିପି ସୁରେଶ କୁମାର ବଂଶଲ, ଡିଜିଏମ ବଳଭଦ୍ର ଜେନା କମ୍ପାନୀ ପକ୍ଷରୁ ବସି ଥିବା ବେଳେ, ପଞ୍ଚାୟତ ବାସି ଦେଇଥିବା ଦାବୀ ଗୋଡ଼ିକ ଉପରେ ଉପ ଜିଲାପାଳ ଆଲଚନା କରିଥିଲେ l ୧ ନମ୍ବର ଦାବୀ, କ୍ଷତି ଗ୍ରସ୍ତ ବେକାରୀ ଯୁବକ ଯୁବତି ମାନଙ୍କୁ ଯୋଗ୍ୟତା ଭିତିକ ମେଣ୍ଟନାନ୍ସରେ ସରକାରୀ ନିୟମ ଅନୁସାରେ ତୁରନ୍ତ ପ୍ରଜାୟ କ୍ରମେ ନିଯୁକ୍ତି ଦେବାକୁ ବିଧାୟକ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ, ୨- ଜେଆଇପିଏଲରେ ନିଯୁକ୍ତି ପାଇଥିବା ଚାକିରୀଆଙ୍କ ଦରମାକୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇ ଥିବାବେଳେ, ବିଧାୟକ ଓ ଉପଜିଲ୍ଲାପାଳ ୭ ଦିନ ଭିତରେ ଏହା କେଉଁ ଆଧାରରେ ଦରମା ଦିଆଜାଉଛି ତାର ରିପୋର୍ଟ ଦେବାକୁ କମ୍ପାନୀକୁ ନିର୍ଦେଶ ଦେଇଥିଲେ,୩- ହଟିକଲଚରରେ କାମ କରୁଥିବା ଶ୍ରମିକ ୮ ଘଣ୍ଟା କାମ କରିବେ ସରକାରୀ ନିୟମ ଅନୁଯାୟୀ ଫୁଲଦରମା ପାଇବେ ବୋଲି ବୈଠକରେ ନିଷ୍ପତି ହୋଇଥିଲା ୪- ବିଛାପୁରୀ ମୌଜା ହିସାବରେ ବାକି ଥିବା ଏକରପିଛା ଲକ୍ଷେ ଟଙ୍କା ଆରପିଡିଏସି ରେ ନିଷ୍ପତି ହେବବୋଲି ଉପ ଜିଲ୍ଲାପାଳ ନିଷ୍ପତି ନେଇଥିଲେ,୫- କମ୍ପାନୀ ଦେଉଥିବା ଚାକିରୀ ବଦଳରେ ୩ ଲକ୍ଷରୁ ୧୫ ଲକ୍ଷ ଟଙ୍କା ଦେବାକୁ ବୈଠକରେ କୌଣସି ସହମତ ହୋଇପାରିନଥିଲା, ୬ ଓ ୭ ନମ୍ବର ଦାବୀ ପଞ୍ଚାୟତ ବାସୀଙ୍କୁ ପାଇପି ଯୋଗେ ପିଇବା ପାଣି ତୁରନ୍ତ ଯୋଗାଇବେଵା ଓ ପ୍ରଦୂଷଣ ସମସ୍ୟାକୁ ନେଇ, ବିଧାୟକ କମ୍ପାନୀ ଉପରେ କ୍ଷବଦ୍ଧ ହୋଇ ଥିବାବେଳେ, ପ୍ରଦୂଷଣ ମାତ୍ରାକୁ କମେଇବା ପାଇଁ ଚତୃ ପାର୍ଶ୍ଵରେ ୨ ଲକ୍ଷ ବୃକ୍ଷରୂପଣ କରିବାକୁ କମ୍ପାନୀ କତୃପକ୍ଷଙ୍କୁ ଉପଜିଲ୍ଲାପାଳ ତାଗିଦ କରିଵା ସହିତ ନିର୍ଦେଶ ଦେଇଥିଲେ.
ବୈଠକରେ ଡେରଙ୍ଗ ବିଜେପି ପଞ୍ଚାୟତ ସଭାପତି ସୁମନ୍ତ କୁମାର ମହାନ୍ତି, ସମ୍ପାଦକ ସୁଜିତ ସାହୁ,ସ୍ନେହେ, ଶ୍ରଦ୍ଧା, ପ୍ରୟାସ ର ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ସମିତି ସଭ୍ୟ ସନ୍ତୋଷ ନାଏକ, ନାଏପ ସରପଞ୍ଚ ବୁଲୁ ସାହୁ,ସାହୁ, ଜେଆଇପିଏଲର ସ୍ଥାଇ ନିଯୁକ୍ତି କର୍ମଚାରୀ ପକ୍ଷରୁ, ବିକାଶ ମହାନ୍ତି,ହଟି କଲଚର ପକ୍ଷରୁ କବି ରାଜ ମହାନ୍ତି, ଉପସ୍ଥିତ ରହିଥିବା ବେଳେ ପବିତ୍ର ମୋହନ ସାହୁ, ବିଛାନ୍ଦ ସାହୁ, ପଳଉ ମହାନ୍ତି ଟିକନ ମହାନ୍ତି କାନ୍ଦର୍ପ ବେହେରା, ସନ୍ତୋଷ ବେହେରା, ମହାର୍ଗା ବେହେରା ପ୍ରମୁଖ ବୈଠକରେ ଅନ୍ୟାନ୍ୟୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l ପ୍ରକାଶ ଯୋଗ୍ୟ ଜେ ଉପଜିଲ୍ଲାପାଳ କଣିହାଁ ଠାରୁ ଗୋଡି ବନ୍ଧପର୍ଯ୍ୟନ୍ତ ଭାରି ଜାନ ଗୋଡ଼ିକ ପାଇଁ ସକାଳ ୭ ଟାରୁ ସନ୍ଧ୍ୟା ୮ ପର୍ଯନ୍ତ ଯିବା, ଆସିବା ବନ୍ଦ କରି ଥିବାରୁ କଣିହାଁ ଅଞ୍ଚଳ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଧନ୍ୟବାଦ ଦେଇଥିଲେ l
Recent Comments