କାକଟପୁର/ ୨୧/୧/୨୦୨୫/(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ )୨୦୦୬ ମସିହା ଇଆଇଏ ବିଜ୍ଞପ୍ତି ଅନୁସାରେ ଅସ୍ତରଙ୍ଗ ଠାରେ ପ୍ରସ୍ତାବିତ ବନ୍ଦର ପ୍ରଥମ ଶ୍ରେଣୀ ପରିସରଭୁକ୍ତ ଓ ଭାରତ ସରକାରଙ୍କ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଣଳୟ ତରଫରୁ ସର୍ତ୍ତ ହାସଲ କରିବା ପରେ ହାଇଦ୍ରାବାଦର ନବଯୁଗ କମ୍ପାନୀ ଏହି ପ୍ରକଳ୍ପକୁ କରିବାପାଈଁ ନିଷ୍ପତି ହୋଇଥିଲା ରାଜ୍ୟ ସରକାରଙ୍କ ତରଫରୁ, ମାତ୍ର ପ୍ରଥମ ଜନଶୁଣାଣୀରେ ଲୋକଙ୍କ ରାୟକୁ ନେଇ ପ୍ରସ୍ତାବିତ ବନ୍ଦର କୁ ବିରୋଧ କରାଯିବା ପରେ ଏହା ଉପରେ ମାନ୍ୟବର ହାଇକୋର୍ଟ ରହିତାଦେଶ ଲଗାଇ ପୁନଃବାର ପ୍ରସ୍ତାବିତ ଅଞ୍ଚଳରେ ଉକ୍ତ ଲୋକମାନଙ୍କୁ ନେଇ ଜନଶୁଣାଣୀ କରିବାକୁ ନିର୍ଦ୍ଧେଶ ଦେବାପରେ ଆଜି ଛୁରୀଆନା ପଞ୍ଚାୟତ ପିର ଜାହାନିଆ ବେଳାଭୂମି ନିକଟରେ ଜନଶୁଣାଣୀ ହୋଇଛି l ମାତ୍ର ଏହି ଜନଶୁଣାଣୀ ରେ ଆଜି ଛୁରିଆନା, ଶିଶୁଅ, ନୂଆଗଡ, ଅସ୍ତରଙ୍ଗ ଭଳି ଉପକୂଳ ପଞ୍ଚାୟତର ପ୍ରାୟ ୧୫ ହଜାର ଲୋକ ଏହାକୁ ତୀବ୍ର ବିରୋଧ କରିଛନ୍ତି l ଅସ୍ତରଙ୍ଗ ଅଞ୍ଚଳ ଧାନ,ପାନ,ମୀନ ଚାଷକୁ ନେଇ ପ୍ରସିଦ୍ଧ, ଏହି ଉପକୂଳ ବାସୀ ନଦୀ ସମୁଦ୍ରରୁ ମାଛ ଧରିଲେ ନିଜ ପରିବାର ପୋଷଣ କରନ୍ତି, ଏହାସହ ଲୁଣାଜଙ୍ଗଲ ଏହି ଅଞ୍ଚଳ ରେ ପ୍ରକୃତିର ବରଦାନ ସଦୃଶ, ଯାହା ପ୍ରାକୃତିକ ଦୁର୍ବିପାକରେ ଜନଜୀବନକୁ ସୁରକ୍ଷା ଦେଈଆସୁଛି l ଶ୍ରୀଲଙ୍କାରେ ବିରଳ ଅଲିଭରିଡଲେ କଇଁଛ ଏହି ଅଞ୍ଚଳକୁ ଚାଲିଆସନ୍ତି ଅଣ୍ଡା ଦେବାପାଇଁ ଓ ଏହା ସହ ଅନେକ ବିଦେଶାଗତ ପକ୍ଷୀ, ଡ଼ଲଫିନ ମଧ୍ୟ ଏହି ଅଞ୍ଚଳକୁ ନିଜରକରି ଅତିଥି ହିସାବରେ ଆସନ୍ତି ମାତ୍ର ଯଦି ଏଠି କମ୍ପାନୀ ବନ୍ଦରକରେ ତାହେଲେ ଏହି ବିରଳ ଜୀବଜଗତ ଉପରେକୁ ପ୍ରଭାବ ପଡିବବୋଲି ପରିବେଶବିତ୍ତ ବିଚିତ୍ରାନନ୍ଦ ବିଶ୍ୱାଳ ମତପ୍ରକାଶ କରିଛନ୍ତି, ବିସ୍ଥାପିତ ପରିବାର ମାନଙ୍କୁ ଚାକିରି, ଭୂମିହରା ସାହାଯ୍ୟର ପ୍ରଲୋଭନ ଦେଖାଇ କମ୍ପାନୀ ଭବିଷ୍ୟତରେ ଠକେଇ ଦେଲେ ଅନେକ ପରିବାର ପ୍ରଭାବିତ ହେବେ ବୋଲି ବିଧାୟକ ତୁଷାର କାନ୍ତି ବେହେରା କହିଛନ୍ତି, ଯୁବ ବିଜେପି ନେତା ଦିବାକର ଛାଟୋଇ ଆମ ପ୍ରାକୃତିକ ସମ୍ବଳ ଅସ୍ତରଙ୍ଗ ଉପକୂଳ କୁ ଆମେ ନବଯୁଗ କମ୍ପାନୀ ହାତରେ ଟେକିବୁ ନାହି ବରଂ ଆଗକୁ ତୀବ୍ର ବିରୋଧ କରିବାକୁ ଚେତାବନୀ ଦେଇଥିବା ବେଳେ କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ ଲୋକମାନଙ୍କ ଦାବୀପାଈଁ ଲୋକଙ୍କ ସହିତ ଶେଷପର୍ଯ୍ୟନ୍ତ ରହି ଆନ୍ଦୋଳନ କରିବାକୁ ଦାବୀ ଉପସ୍ଥାପନା କରିଛନ୍ତି, ମାଡ୍ରାସ ଆଇଆଇଟି ରିପୋର୍ଟ ଅନୁସାରେ ୨୦୧୦ ରେ ଏହି କମ୍ପାନୀ ଚୁକ୍ତି କରିଥିବା ବେଳେ ୨୦୧୩ରେ ପ୍ରୋଜେକ୍ଟ ରିପୋର୍ଟ ଦାଖଲ ଓ ୨୦୧୬ ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଣଳୟରୁ ମଞ୍ଜୁରୀ ମିଳିଥିଲା l ଏହି କମ୍ପାନୀ ୩ ଟି ପର୍ଯ୍ୟାୟରେ ୭, ୪୧୭ କୋଟି ଵ୍ୟାୟରେ ଏହିକାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା କଥା ମାତ୍ର ସମସ୍ତକାର୍ଯ୍ୟ କରିବାକୁ ପ୍ରଥମ ଜନଶୁଣାଣୀ ସମୟରେ ହାଇକୋର୍ଟରେ ଅଭିଯୋଗ ହେବାପରେ ଆଜି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଧେଶରେ ଦ୍ୱିତୀୟ ଜନଶୁଣାଣୀରେ ୯୫%ଲୋକ ଏହାକୁ ତୀବ୍ର ବିରୋଧ କରିବା ସହ ନବଯୁଗ ଫେରିଯିବା ପାଈଁ ଦାବୀ ଉପସ୍ଥାପନା କରିଥିଲେ, ଯାହାକୁ ନେଇ ପୁରୀଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଏହିସବୁ ତଥ୍ୟ ସରକାରଙ୍କୁ ପଠାଯାଇ ନିଷ୍ପତି ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି l
Recent Comments