logo
add image
ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ଅଭ୍ୟାସ ୨୨ରୁ

ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ଅଭ୍ୟାସ ୨୨ରୁ

ପୁରା/ ୨୧/୧/୨୦୨୫/ (ଆଧାର ମିଡ଼ିଆ )ପୁରୀ ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେବାକୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଛି।ସାଧାରଣତନ୍ତ୍ର ଦିବସ ଅର୍ଥାତ ଜାନୁଆରୀ ୨୬ ତାରିଖ ସକାଳ ୮ ଘଟିକା ୩୦ ମିନିଟ ସମୟରେ ମୁଖ୍ୟ ଅତିଥି ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ରେ ଜାତୀୟ ପତାକା ଉତ୍ତୋଳନ,ପ୍ୟାରେଡ଼ ପରିଦର୍ଶନ,ଅଭିଭାଷଣ ପ୍ରଦାନ,ଅଭିବାଦନ ଗ୍ରହଣ କରିବେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ପରିଶେଷରେ ମୁଖ୍ୟ ଅତିଥି ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିତ୍ବ,ସାଂସ୍କୃତିକ ଦଳ ଓ ବ୍ୟକ୍ତି, ପ୍ୟାରେଡ଼ ର ଶ୍ରେଷ୍ଠଦଳଙ୍କୁ ପୁରସ୍କୃତ କରିବେ।ଏହାପରେ ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ, ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳବଣ୍ଟନ ଓ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏହି ପରିପ୍ରେକ୍ଷୀରେ ଜାନୁଆରୀ ୨୨ ଓ ୨୩ ତାରିଖ ଅପରାହ୍ନ ୩ ଘଟିକା ଓ ୨୪ ତାରିଖ ପୂର୍ବାହ୍ନ ୮ ଘଟିକାରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅଭ୍ୟାସ ପରେଡ ଅନୁଷ୍ଠିତହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

 

Recent Comments

Leave Comments

Top