ମୁନିଗୁଡ଼ା/ରାୟଗଡା/୨୨/୦୧/୨୦୧୫/ ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଭୂମିଖୋଲ ଗ୍ରାମ ପଂଚାୟତ ଓ ପ୍ରାୟ ୫ଟି ଗ୍ରାମର ଡଙ୍ଗରିଆ କନ୍ଧ ମାଆମାନେ ଏସପି ଙ୍କ ଦ୍ବାରସ୍ଥ ହୋଇଛନ୍ତି। ମୁନିଗୁଡ଼ାର ପୂର୍ବତନ ଡକ୍ଟର ସବ୍ୟସାଚୀ ମହାପାତ୍ର ଓ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ ଶୁଭ ଦର୍ଶିନି ସାହୁଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଡଙ୍ଗରିଆ କନ୍ଧମାନଙ୍କ ମୃତ୍ୟୁ କାଳୀନ ସହାୟତା ରାଶିକୁ ହେରଫେର କରିଛନ୍ତି। ଥରେ ନୁହେଁ ଦୁଇ ଦୁଇ ଥର ମୃତ୍ୟୁ କାଳୀନ ସହାୟତା ରାଶିକୁ ହେରଫେର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି ବାବଦରେ ପୁର୍ବତନ ଡଃ ସବ୍ୟସାଚୀ ମହାପାତ୍ର ଏବଂ ପୁର୍ବତନ ଶ୍ରମ ଅଧିକାରୀଣିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏହି ମାମଲାରେ ତୁରନ୍ତ କୌଣସି ଆଖିଦୃଷିଆ ପଦକ୍ଷେପ ଗ୍ରହଣ ନହେଲେ ଆଗାମୀ ଦିନରେ ଡଙ୍ଗରିଆ କନ୍ଧମାନେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲା ବହୁଜନ ସମାଜ ପାର୍ଟି ଜିଲ୍ଲା ସଭାପତି ଜିତୁ ଜାକାସିକା ଡଙ୍ଗରିଆ କନ୍ଧମାନଙ୍କ ସହ ମିଶି ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
Recent Comments