ପୁରୀ/ ୨୨/୧/୨୦୨୫/ ( ଆଧାର ମିଡ଼ିଆ )-ପୁରୀଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆରମ୍ଭ ହୋଇଛି ଅଭ୍ୟାସ ପ୍ୟାରେଡ଼।ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ଅପରାହ୍ନ ୩ ଘଟିକା ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ଅଭ୍ୟାସ କରିଥିଲେ।ପୋଲିସ ରିଜର୍ଭ ଇନିସପେକ୍ଟର ତଥା ପ୍ୟାରେଡ଼ କମାଣ୍ଡର ଚିତ୍ତରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଅଭ୍ୟାସ ଆରମ୍ଭ ହୋଇଛି।ଏହି ଅଭ୍ୟାସ ଆସନ୍ତା କାଲି ୨୩ ତାରିଖ ଅପରାହ୍ନ ୩ ଘଟିକା ଓ ୨୪ ତାରିଖ ପୂର୍ବାହ୍ନ ୮ ଘଟିକା ସମୟରେ ଅନୁଷ୍ଠିତ ହେବବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ବ୍ୟବସ୍ଥା, ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ଅଗ୍ନି ନିର୍ବାପକ ଓ ପ୍ୟାରେଡ଼ ଗ୍ରାଉଣ୍ଡରେ ଜଳ ସିଞ୍ଚନ ବ୍ୟବସ୍ଥା, ମୁଖ୍ୟ ଚିକିତ୍ସା ବିଭାଗ ପକ୍ଷରୁ ଚିକିତ୍ସା ସୁବିଧା ,ୱ୍ବାଟକୋ ପକ୍ଷରୁ ପାନୀୟ ଜଳବ୍ୟବସ୍ଥା,ପୌର ପାଳିକା ପକ୍ଷରୁ ପରିଷ୍କାର ପରିଛନ୍ନତା ବ୍ୟବସ୍ଥା କରାଯାଇଥିଲା।ଅଭ୍ୟାସ ପ୍ୟାରେଡ଼ ଅବସରରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ବ୍ୟାଙ୍କ ସହଯୋଗରେ ପିଲାମାନଙ୍କୁ ବିସ୍କୁଟ ପ୍ରଦାନ କରାଯିବା ସହ ସାଧାରଣତନ୍ତ୍ର ଦିବସ ଦିନ ଜଳ ଯୋଗର ବ୍ୟବସ୍ଥା କରାଯାଇଛି।
Recent Comments