logo
add image
 ରାସ୍ତାକଡ ମାଛଦୋକାନ ହଟାଇଲେ ଏନଏସି କର୍ତ୍ତୁପକ୍ଷ

ରାସ୍ତାକଡ ମାଛଦୋକାନ ହଟାଇଲେ ଏନଏସି କର୍ତ୍ତୁପକ୍ଷ

ବାଲିଗୁଡା/୨୨/୦୧/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି ।ସବୁଦିନ ଛୋଟବଡ ଦୁର୍ଘଟଣା ମାନ ଘଟୁଛି । ମୁଖ୍ଯତଃ ବୁଡାଗୁଡା ରାସ୍ତା ବନ୍ଧଛକ ଠାରୁ ଆରମ୍ଭକରି ଗାନ୍ଧୀଛକ ପର୍ଯ୍ୟନ୍ତ ଗହଳି ଲାଗିରହୁଛି l ରାସ୍ତାର ଦୁଇ କଡରେ ମାଛ ,ମାଂସ ଦୋକାନ ଠାରୁ ଆରମ୍ଭକରି ପରିବା, ଡ୍ରେସ ଓ ଅନ୍ୟାନ୍ୟ ଉଠା ଦୋକାନ ରହିଛି  । ସ୍ଥାନୀୟ ପ୍ରଶାସନ ତରଫରୁ ବାରମ୍ବାର ତାଗିଦ ଓ  ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିବାପରେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ଏ ନେଇ ପ୍ରଶାସନ ନିକଟରେ ବିଭିନ୍ନ ମହଲରୁ ବାରମ୍ଭାର ଅଭିଯୋଗ କରିବାପରେ ବର୍ତ୍ତମାନ ବାଲିଗୁଡା ଏନଏସି କର୍ତ୍ତୃପକ୍ଷ ଆକ୍ସନ ମୁଡରେ ଆସିଛନ୍ତି । ସୋମବାର ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପରେ ଏନଏସି ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇଙ୍କ ସହ ବିଭିନ୍ନ କର୍ମଚାରୀ ଆସି ବୁଡାଗୁଡା ରାସ୍ତା ବନ୍ଧକଡର ନୂଆସାହି ଛକଠାରେ ମାଛ ଦୋକାନୀ ଓ ଅନ୍ୟ ମାନଙ୍କୁ ଦୋକାନ ଉଠାଇବାକୁ କହିଥିଲେ ଏହାପରେ ଏନଏସି କତ୍ତୃପକ୍ଷ ଓ ମାଛ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା କିନ୍ତୁ ଏନଏସି କର୍ତ୍ତୁପକ୍ଷ ପଛକୁ ହଟିନଥିଲେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମାଛ ଦୋକାନକୁ ହଟାଇଥିଲା । ଏନଏସି ନିର୍ବାହୀ ଅଧିକାରୀ ଶ୍ରୀ ଦଳାଇ କହିଛନ୍ତି ଯେ, ଜନଗହଳି ପୂର୍ଣ୍ଣ ଛକ ହୋଇଥିବାରୁ ଏଠାରେ ଗୋଟିଏ ସ୍କୁଲ ରହିଛି ଯାତାୟାତରେ ବାଧା ଉପୁଜିବା ସହ ବାରମ୍ବାର ଦୁର୍ଘଟଣା ହେଉଛି l ଏହାସହ ଦୁର୍ଗନ୍ଧ ମଧ୍ୟ ହେଉଛି । ମାଛ ବିକ୍ରି ପାଇଁ ଆରଏମସି ର ବଜାର ରହିଛି ସେଠାକୁ ନ ଯାଇ ବେଆଇନ  ଭାବେ ଏଣେ ତେଣେ ପକାଉଛନ୍ତି ।ଏଣୁ ଏ ଦିଗରେ ଆଗକୁ ଆହୁରି ଏକ ବଡ଼ ଧରଣର ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ଏନଏସି ର କମ୍ବୁପାଣି ପାଣିଗ୍ରାହୀ,ବୀରବର ବେହେରା ,ସୁଶାନ୍ତ ପଣ୍ଡା ,ପ୍ରବୀଣ ପାତ୍ର ,ନରେଶ ନାୟକ,ସୂର୍ଯ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
 

Recent Comments

Leave Comments

Top