logo
add image
ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।

ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।

ଖୋର୍ଦ୍ଧା/୨୩/୦୧/୨୦୨୫/( ଆଧାର ମିଡ଼ିଆ)  ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ସଡ଼କ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମକୁ NSS କାର୍ଯ୍ୟକାରିଣୀ ସଦସ୍ୟା ରୂପେଲି ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ଦାସ ଉଦଘାଟନ କରିଥିଲେ । ପରେ ମହାବିଦ୍ୟାଳୟ ପରିସରରୁ ବିରାଟ ଶୋଭାଯାତ୍ରାରେ ସମସ୍ତ ଛାତ୍ର ଛାତ୍ରୀ ବାହାରି ସଡ଼କ ସୁରକ୍ଷା ସଚେତନତା ସମ୍ପର୍କିତ ସ୍ଲୋଗାନ ଦେବାସହ ୫୭ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡ଼ାହୋଇ ବିନା ହେଲମେଣ୍ଟରେ ମୋଟର ଯାନରେ ଯାତାୟାତ କରୁଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଅଟକାଇ ମୂଲ୍ୟବାନ ଜୀବନ ପାଇଁ ଛୋଟିଆ ହେଲମେଣ୍ଟ ଟିଏ ପିନ୍ଧିବା ନିହାତି ଜରୁରୀ ବୋଲି ହୃଦବୋଧ କରିଥିଲେ । ଘରୁ ବାହାରିବା ସମୟରେ ସାଙ୍ଗରେ ହେଲାମେଣ୍ଟ ଟିଏ ଧରି ବାହାରିବା ଏବଂ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନତା କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ । ସେହିପରି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଏଲିନାବେଥ ଭଞ୍ଜ ,ଗଣିତ ବିଭାଗରେ ଅଧ୍ୟାପିକା ସୁପ୍ରଭା ଦାଶ, ଇତିହାସ ବିଭାଗର ମୁଖ୍ୟ ଦୁର୍ଯୋଧନ ବେହେରା , ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତରେଶ୍ୱର ସିଂଦେଓ , ସମାଜ ବିଜ୍ଞାନ ବିଭାଗର ଅଧ୍ୟାପିକା ସଂଯୁକ୍ତା ସାହୁ , ଓଡ଼ିଆ ଅଧ୍ୟାପିକା ବର୍ଷା ରାଣୀ ରାଜେନ୍ଦ୍ର ଶିକ୍ଷା ବିଭାଗ ମୁଖ୍ୟ ଗାନ୍ଧୀ କୁମାର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

 

Recent Comments

Leave Comments

Top