ବିନିକା/ସୋନପୁର/୨୫/ ୧/୨୦୨୫/(ଆଧାର ମିଡ଼ିଆ//ଅକ୍ଷୟ ପୂଜାହାରୀ))-ଆଜି ଦିନ୧୦ ଘଣ୍ଟା ସମୟରେ ବିନିକା ସହର ନୂଆଁବଜାର ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି କାର୍ଯ୍ୟାଳୟ ପରିସରରେ ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ଆନୁକୁଲ୍ୟରେ ମହିଳା ମାନଙ୍କ ପାଇଁ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛି .ଏହି ଅବସରରେ ବୁଲ୍ଲା ଭିମସାର ପ୍ରସୂତି ଓ ସ୍ତ୍ରୀ ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ଯୋଗଦେଇ ବିନିକା- ୨୯ଜଣ ଓ ତାଙ୍କ ଡ଼ା ପାଣ୍ଡେଙ୍କ ଜନ୍ମମାଟି ସଂସାମୁରା ଗ୍ରାମରେ ୨୨ ଜଣ ମୋଟ ୫୧ ଜଣ ମହିଲାଙ୍କୁ ମାଗଣା ଚିକିତ୍ସା ସେବା ଯୋଗୋଇ ଦେଇଥିଲେ, ଶିବିର ଆରମ୍ଭରୁ ଅଭିଜିତ ସ୍ମୃତି ଦେୟମୁକ୍ତ ଚିକିତ୍ସାଳୟରେ ଯୁବ ଅଭିନେତା ,କଳାକାର,ସଂଙ୍ଗୀତଜ୍ଞ ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚିତ୍ରରେ ପ୍ରଫେସର ଡ଼ା.ପାଣ୍ଡେଙ୍କ ସହ ଅନ୍ୟମାନେ ପୁଷ୍ପ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରର୍ଥନା କରିଥିଲେ.ଏହା ସହ ସେବାର ପଟାନ୍ତର ନାହିଁ ମାନବ ସେବା ହିଁ ମାଧବ ସେବା ବୋଲି ପ୍ରଫେସର ଡ଼ା. ପାଣ୍ଡେ ପ୍ରକାଶ କରିଥିଲେ .ଦିର୍ଘ ବର୍ଷହେବ ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ବିନିକା ନିଜଜନ୍ମ ମାଟିକୁ ଛୁଟିଆସି ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଶିବିରରେମାଗଣାରେ ମହିଳା ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିବାରୁ ବିନିକା ଅଞ୍ଚଳର ଶହଶହ ମହିଳା ଉପକୃତ ହେଉଛନ୍ତି. ଏହି ସେବା ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ପ୍ରତି ଶ୍ରଦ୍ଦାଞ୍ଜଳି ବୋଲି ଡ଼ା ପାଣ୍ଡେ ପ୍ରକାଶ କରିଛନ୍ତି , ଏହି କାର୍ଯ୍ୟକ୍ରମରେ ଏଲଟି ଅନନ୍ତରାମ ଷାଣ୍ଢ, କମିଟି ଲିଗାଲ ଏଡ଼ଭାଇଜର ଓକିଳ ବୃନ୍ଦାବନ ମିଶ୍ର,ଉପଦେଷ୍ଟା , ଗଜେନ୍ଦ୍ର ମିଶ୍ର , ସୋମିତ୍ରୀ ପତି, ଅଶୋକ ପାଣ୍ଡେ,ଭୂବନେଶ୍ବର ସାହୁ, ସଞ୍ଜୟ ସାହୁ,ପଦ୍ମଲୋଚନ ପଣ୍ଡା, କୈଳାଷ ଗଣ୍ଡ,ରଘୁମଣୀ ପଣ୍ଡା, ରାଜ୍ୟସ୍ତରୀୟ ଅଭିଜିତ ପୂଜାରୀ ସ୍ମୃତି କମିଟି ସଭାପତି ଅର୍ଚ୍ଚନା ପୂଜାହାରୀ , ସମ୍ପାଦକ ପ୍ରିୟରଞ୍ଜନ ହୋତା, କୁନ୍ତି ପଧାନ, ବାସନ୍ତି ପାଣ୍ଡେ ଶେଷଦେବ ମଣ୍ଡଳ, ସ୍ବର୍ଗତ ଅଭିଜିର ପୂଜାହାରୀ ଅଭାଗା ବାପା ଅକ୍ଷୟ ପୂଜାହାରୀ, ମାଁ ଗୀତାଞ୍ଜଳି ପୂଜାହାରୀଙ୍କ ସହ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ସହଯୋଗ କରିଥିଲେ ,
Recent Comments