logo
add image
କଳ୍ପନା ଜଳ୍ପନାର ଅବସାନ- ପ୍ରେମାନନ୍ଦ ମିଶ୍ରହେଲେ ବୌଦ୍ଧଜିଲ୍ଲା ବିଜେପି ସଭାପତି.

କଳ୍ପନା ଜଳ୍ପନାର ଅବସାନ- ପ୍ରେମାନନ୍ଦ ମିଶ୍ରହେଲେ ବୌଦ୍ଧଜିଲ୍ଲା ବିଜେପି ସଭାପତି.

ବୌଦ୍ଧ/୨୫/୧/୨୦୨୫/ (ଆଧାର ମିଡ଼ିଆ)-ବୌଦ୍ଧ ଜିଲ୍ଲା ଭାରତୀୟ ଜନତାପାର୍ଟି ସଭାପତି ପଦନେଇ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଶେଷରେ ବାଜିମାରି ନେଲେ  ପ୍ରେମାନନ୍ଦ ମିଶ୍ର । ଦଳର ଜିଲ୍ଲା ସଭାପତି ପଦପାଇଁ ବହୁ ପ୍ରାର୍ଥୀ ଆବେଦନ କରିଥିଲେ । ଶେଷରେ ଦଳର ନେତୃବୃନ୍ଦ ସଭାପତି ପାଇଁ ପ୍ରେମାନନ୍ଦ ମିଶ୍ରଙ୍କୁ ମନୋନୀତ କରିଛନ୍ତି  । ଏନେଇ ଆଜି ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ, ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ଦଳର ଜିଲ୍ଲା ନିର୍ବାଚନ ଅଧିକାରୀ ଭଗବାନ ମହାନ୍ତି, ସହ ନିର୍ବାଚନ ଅଧିକାରୀ ମାଗୁଣୀ ଗାଇଗୌରିଆ ଉପସ୍ଥିତିରେ ଜିଲ୍ଲା ସଭାପତି ଭାବରେ ପ୍ରେମାନନ୍ଦ ମିଶ୍ରଙ୍କ ନାମ ଘୋଷଣା କରାଯାଇଥିଲା । ନବ ନିର୍ବାଚିତ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର ପୂର୍ବରୁ ବିଶ୍ୱହିନ୍ଦୁ ପରିଷଦର ବୌଦ୍ଧଜିଲ୍ଲା ସାଧାରଣ ସଂପାଦକ ଦାୟୀତ୍ୱ ତୁଲାଇ ଆସୁଥିଲେ । ଜିଲ୍ଲା ସଭାପତି ଭାବରେ ପ୍ରେମାନନ୍ଦଙ୍କ ନାମ ଘୋଷଣା ହେବାପରେ ଜିଲ୍ଲା ବିଜେପିର ନେତା ଓ କର୍ମୀମାନେ ଉତ୍ସାହିତ ହୋଇପଡିଛନ୍ତି । ପ୍ରେମାନନ୍ଦଙ୍କୁ ଜିଲ୍ଲା ସଭାପତି ପାଇଁ  ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଓ କଣ୍ଟାମାଳ ବିଧାୟକ କହ୍ନାଁଇ ଚରଣ ଡାଙ୍ଗ ବଡ ଅବଦାନ ରହିଥିବା ଦଳିୟ ମହଲରେ ଚର୍ଚ୍ଚା ହେଉଛି । ସେହିପରି ବିଜେପିର ଛାମୁଆଁ ସଂଗଠନ ଗୁଡିକ ମଧ୍ୟ ଶ୍ରୀ ମିଶ୍ରଙ୍କ ପାଇଁ ରାଜ୍ୟ ନେତୃବୃନ୍ଦଙ୍କ ଠାରେ ଲବି କରିଥିବା ଜଣାପଡିଛି । ଶ୍ରୀ ମିଶ୍ର ଜିଲ୍ଲା ସଭାପତି ଭାବରେ ଘୋଷଣା ହେବା ପରେ ତାଙ୍କ ଶୁଭେଚ୍ଛୁ ଓ ଦଳିୟ ନେତା ଏବଂ କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Recent Comments

Leave Comments

Top