logo
add image
 ବେକେରି ୟୁନିଟ ଉଦଘାଟନ କଲେ ଜିଲ୍ଲାପାଳ ଚଞ୍ଚଳରାଣା

ବେକେରି ୟୁନିଟ ଉଦଘାଟନ କଲେ ଜିଲ୍ଲାପାଳ ଚଞ୍ଚଳରାଣା

ଖୋର୍ଦ୍ଧା/.୨୬/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ )- ଖୋର୍ଦ୍ଧା ପୌରପରିଷଦ ଅଧିନ ସାମନ୍ତରାପୁର ଠାରେ ଥିବା ଶକ୍ତିସଦନ ପରିସରରେ ଶକ୍ତି ନବ ଜୀବିକା ସଂଜୀବନ ବେକେରି ୟୁନିଟ ଉଦଘାଟିତ ହୋଇଯାଇଛି।ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭୈରବୀ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଆଇ ଟି ସି ମିଳିତ ସହଯୋଗରେ ୭ ଲକ୍ଷ ଟଙ୍କା ବିନିମୟରେ ଏହି ୟୁନିଟକୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ଉଦଘାଟିତ କରିବା ସହିତ କହିଥିଲେ କି ବିଭିନ୍ନ କାରଣରୁ ଉଧାର ହୋଇଥିବା ଏହି ଅନୁଷ୍ଠାନରେ ଥିବା ଅସହାୟ ମହିଳାଙ୍କୁ ମାନସିକ ଶାନ୍ତି ଓ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ନିଶ୍ଚିତ ସେମାନଙ୍କୁ ଆତ୍ମସନ୍ତୋଷ ଦେଵ।ସେମାନେ ଏଠି ବିଭିନ୍ନ ପ୍ରକାର ବେକେରି ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଶିକ୍ଷା ଲାଭସହିତ ନିଜେ ପ୍ରସ୍ତୁତ କରି ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଅନୁବନ୍ଧିତ ହୋଇ ବ୍ୟବସାୟ କରିପାରିବେ।
ଫଳରେ ସେମାନେ ଏହି ଜୀବିକା ମାଧ୍ୟମରେ ନିଜର ଜୀବନ ଶୈଳୀର ପରିବର୍ତ୍ତନ ଆଣିପାରିବେ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଥିଲେ।।ଭୈରବୀ କ୍ଲବର ସଦସ୍ୟ କାର୍ତ୍ତିକ ପ୍ରଧାନ ଙ୍କ ସ୍ୱାଗତ ଭାଷଣ ପରେ ଅନ୍ୟ ମାନଙ୍କ ମଧ୍ୟରେ ଭୈରବୀ କ୍ଲବର ର ସମ୍ପାଦକ ବୈକୁଣ୍ଠନାଥ ମାର୍ଥା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମ ମଞ୍ଜରୀ ପ୍ରହରାଜ,ପୋଗ୍ରାମ ଅଫିସର ସୌଦାମୀନ ଦାସ,ଡେପୁଟି କଲେକ୍ଟର ଦେବବ୍ରତ କର,ଅନନ୍ୟା ସୃଷ୍ଟି ଶତପଥୀ,ବେକେରି ୟୁନିଟ ର ପ୍ରଶିକ୍ଷକ ସାହିଲ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଶକ୍ତି ସଦନ ର କର୍ମକର୍ତ୍ତା, ଭୈରବୀ କ୍ଲବର ସଦସ୍ୟ,ସଦସ୍ୟା, ଅନ୍ତେବାସିନୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ସୂଚନା ଅନୁସାରରେ ଏହି ଅନୁଷ୍ଠାନରେ ୨୨ ଜଣ ଅସହାୟ ମହିଳା ଥିଲା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଟେଲରିଂ,ଫିନାଇଲ,ଚାନ୍ଦୁଆ,କାଗଜ ଓ ତୁଳା ରେ ନିର୍ମିତ କଣ୍ଡେଇ ମଧ୍ୟ ପ୍ରସ୍ତୁତ କରିବା ଶିକ୍ଷା ଲାଭ କରିଛନ୍ତି।

 

Recent Comments

Leave Comments

Top