logo
add image
ଭଟଲି ବ୍ଳକ୍ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭଟଲି ବ୍ଳକ୍ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭଟଲି/ବରଗଡ଼/୨୬/୧/୨୦୨୫(ଆଧାର ମିଡ଼ିଆ)
ବ୍ଳକ୍ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଭଟଲି ରଥଦାଣ୍ଡ ପଡ଼ିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କା‌ର୍ଯ୍ୟକ୍ରମରେ ମାନ୍ୟବର ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ସାଧାରଣତନ୍ତ୍ର ଦିବସ ପରିଚାଳନା କମିଟିର ସଭାପତି ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ  ପ୍ରମୋଦ କୁମାର ମେହେର, ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର,ଭଟଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଭଟଲି ଥାନା ଅଧିକାରୀ ବିଭୁତି ଭୁଷଣ ଦଳେଇ, ବି.ଇ.ଓ ସରୋଜ କୁମାର ଭୁଏ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ । ମନୋଜ କୁମାର ରଥ ସଂଯୋଜନା କରିଥିବା ବେଳେ ସତିହାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପିଇଟି  ବେଦବ୍ୟାସ ସାହୁଙ୍କ ନେତୃତ୍ୱରେ ପ୍ୟାରେଡ ପରିଚାଳନା ହୋଇଥିଲା । ଏହି ଅବସରରେ ହୋଇଥିବା ପ୍ୟାରେଡ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ୧୬ ଟି ପ୍ୟାରେଡ୍ ପ୍ଲାଟୁନ ଭାଗ ନେଇଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ସ୍ତରରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ବି ଏଲ୍ ଓ ଭାବେ ଲମ୍ବୋଦର ପ୍ରଧାନ , ଆଶାକର୍ମୀ ଜୟନ୍ତୀ ସାହୁ , ଏଏନଏମ ଲିଲି ସାହୁ, ଅଙ୍ଗନବାଡ଼ି କର୍ମୀ ଅନୁସୂୟା ପଣ୍ଡା, ଶିକ୍ଷକ ଉପେନ୍ଦ୍ର ଖମାରୀ ଏବଂ ବୁଥ ସ୍ତରୀୟ ପରିଦର୍ଶକ ଭାବେ କୁଳମଣି ଭୋଇଙ୍କୁ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ସମସ୍ତ ବିଦ୍ୟାଳୟର ସର୍ବୋତ୍କୃଷ୍ଟ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀୱାରି ସମ୍ବର୍ଦ୍ଧିତ କରାଯାଇଥିଲା ଓ ସାଧାରଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ବର୍ଗର ଶ୍ରେଷ୍ଠ ପ୍ୟାରେଡ୍ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଧାୟକଙ୍କ ଦ୍ୱାରା ବର୍ଦ୍ଧିତ ଭିନ୍ନକ୍ଷମ, ବାର୍ଦ୍ଧକ୍ୟ ଭତ୍ତାର ୩୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି ଭଟଲି ବ୍ଳକ୍ ରେ ମୋଟ ୧୩୦୯ ଜଣ ଏହି ବର୍ଦ୍ଧିତ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ‌।

Recent Comments

Leave Comments

Top