ଭଟଲି/ବରଗଡ଼/୨୬/୧/୨୦୨୫(ଆଧାର ମିଡ଼ିଆ): ଭଟଲି ବ୍ଲକ ଅଧିନସ୍ଥ କମଗାଁ ମହାବିଦ୍ୟାଳୟରେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଗତ ୧୬ ତାରିଖରୁ ଆଠ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାର ଝିଅ ମାନଙ୍କୁ ସଶକ୍ତିକରଣ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଆତ୍ମ ସୁରକ୍ଷା ତାଲିମ ଦ୍ୱାରା ଝିଅ ମାନେ ନିଜକୁ ପୁରୁଷ ମାନଙ୍କର ଏକଥନୀୟ ଅତ୍ୟାଚାରରୁ ରକ୍ଷା କରିପାରିବେ । ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଆତ୍ମ ସୁରକ୍ଷା ଯୋଜନାର ଜିଲ୍ଲା ସଂଯୋଜକ ପ୍ରତୁଲ୍ୟ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରାଧ୍ୟାପକ ରବିନାରାୟଣ ସାହୁ ଓ ଅରବିନ୍ଦ ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଅଧ୍ୟାପିକା ଦୀପିକା ମେହେର ସଂଯୋଜନା କରିଥିଲେ । କମଗାଁ ମହାବିଦ୍ୟାଳୟର ୩୧୦ ଜଣ ଛାତ୍ରୀ ଏହି ତାଲିମ ଗ୍ରହଣ କରିଥିଲେ । କୁମାରୀ ମୁକ୍ତେଶ୍ଵରୀ ସୁନ୍ଦରିଆ ଓ ଶିମିଳି ପ୍ରଧାନ ମାଷ୍ଟର ଟ୍ରେନର ଭାବରେ ଯୋଗଦେଇ ତାଲିମ ଦେଇଥିଲେ। ଲାଇବ୍ରେରିଆନ ମୋନାଲିସା ଛନ୍ଦ ଓ ଗୁଡଲି ସାହୁ ମାନପତ୍ର ପ୍ରଦାନ କରିବାରେ ସହାୟତା ପ୍ରଦାନ କରିଥିଲେ । ଅଧ୍ୟାପିକା ଅସ୍ମିତା ଭୁଏ ଧନ୍ୟବାଦ ଦେଇଥିଲେ । ଉଦଘାଟନୀ ସଂଗୀତ ଗାନ କରିଥିଲେ ପ୍ରଥମ ବର୍ଷ ଛାତ୍ରୀ ସ୍ୱପ୍ନା, ଇପ୍ସିତା, ଜାଗୃତି, ପୂଜା, ଶୁଭେଚ୍ଛା ଓ ଆଲିଶା । ସଙ୍ଗୀତରେ ସହାୟତା କରିଥିଲେ ବିନୋଦ ଦାସ ଓ ସାଥୀ ।
Recent Comments