ରେଢ଼ାଖୋଲ/ସମ୍ବଲପୁର/୨୬/୦୧/ ୨୦୨୫/ (ଆଧାର ମିଡ଼ିଆ) ରେଢ଼ାଖୋଲ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି |ମୁଖ୍ୟ ଅତିଥି ଭାବେ ରେଢ଼ାଖୋଲ ଉପଜିଲ୍ଲାପାଳ ଶ୍ରୀ ରଶ୍ମିରଞ୍ଜନ ମହାନ୍ତ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ,ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶିବରାମ ସାହୁ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମେହେର,ବିଡ଼ିଓ ରାଜେନ୍ଦ୍ର ସେନାପତି,ତହସିଲଦାର ପ୍ରଭାତରଞ୍ଜନ ବିଶ୍ୱାଳ, ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ବିରଞ୍ଚି ଧରୁଆ, ଥାନା ଆଇଆଇସି ସବିତାଲତା ସେଠୀ ସମେତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ, ବୁଦ୍ଧିଜୀବି ଆଇନଜୀବି, ସାଧାରଣ ଜନତା ଉପସ୍ଥିତ ଥିଲେ | ଉପଜିଲ୍ଲାପାଳ କହିଲେ ଯେ,ସମ୍ବିଧାନ ହେଉଛି ଯେକୌଣସି ଦେଶ ପାଇଁ ସର୍ବୋଚ୍ଚ ଆଇନ |ବିବିଧତା ମଧ୍ୟରେ ଏକତା ହେଉଛି ଦେଶର ସର୍ବୋଚ୍ଚ ପରିଚୟ | ଅନେକ ଜାତି, ଭାଷା,ଧର୍ମ, ବିଶ୍ୱାସ, ସଂସ୍କୃତି ଓ ପରମ୍ପର ଦେଶକୁ ମହାନ ଓ ସମୃଦ୍ଧ କରିଛି |ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସମସ୍ତଙ୍କୁ ସାଥିରେ ନେଇ ଦେଶ ବହୁତ ପଥ ଅତିକ୍ରମ କରି ବିକାଶ ଯାତ୍ରରେ ଆଗେଇ ଚାଲିଛି | ଭାରତ ସାରା ବିଶ୍ୱରେ ନିଜସ୍ୱ ଗଣତନ୍ତ୍ର ଓ ମୂଲ୍ୟବୋଧ ପାଇଁ ଉଚ୍ଚ ପ୍ରଶଂସିତ | ଗଣତନ୍ତ୍ର ପରମ୍ପରାକୁ ବଜାଇ ରଖିବା ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ | ମୁଖ୍ୟ ଅତିଥି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ | ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଷଡଙ୍ଗୀଙ୍କ ସ୍ମୃତି ସମ୍ମାନ,୨୦୨୫ ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ସର୍ବାଧିକ ଯୁବ ଭୋଟରକୁ ଯୋଗକରି ପ୍ରଥମ ହେଇଥିବା ୧୪୪ନମ୍ବର ବୁଥର ବିଏଲଓ କୁନି ପ୍ରଧାନଙ୍କୁ ମୁଖ୍ୟ ଅତିଥି ୧୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ୧୧୦ ନଂ ବୁଥର ଯାଜ୍ଞସିନି ମିଶ୍ରଙ୍କୁ ୭ ହଜାର ଏବଂ ୨୦୭ ନଂ ବୁଥର ଜାନ୍ନବି ରଣାଙ୍କୁ ୫୦୦୦ ଟଙ୍କା ପ୍ରଦାନ କରିଛନ୍ତି |
ଉପଖଣ୍ଡ ସ୍ତରରେ ଶ୍ରେଷ୍ଠ ପ୍ୟାରେଡ ପ୍ରଦର୍ଶନ କରି ଭୀମଭୋଇ କଲେଜ ସମର ଶିକ୍ଷାର୍ଥୀ ବାହିନୀ, ଭୀମ ଭୋଇ କଲେଜ (ବାଳକ ),ଗୌର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସ୍କାଉଡ଼, ରାଣୀ ଅର୍ଣ୍ଣପୂର୍ଣ୍ଣା ବାଳିକା ଉଚ୍ଚ ବିଦ୍ୟାଳୟ ସିଭିଲିୟନ ଦଳ,ଖନ୍ଦାଡିପ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେଢ଼ାଖୋଲ ପୁରସ୍କୃତ ହୋଇଥିଲେ | ପ୍ରଭୁଜୀ ଇଂରାଜୀ ବିଦ୍ୟାଳୟ ବୃନ୍ଦାବନ ବିହାର ଏବଂ ପ୍ରଭୁଜୀ ଇଂରାଜୀ ବିଦ୍ୟାଳୟ ରାଜବାଟିର ବ୍ୟାଣ୍ଡ ଦଳ ଅଂଶ ଗ୍ରହଣ କରିଥିଲେ |ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ପରିବେଷଣ କରିଥିଲେ |ପ୍ୟାରେଡ କମାଣ୍ଡର ଭାବେ ବିଶ୍ୱମ୍ବର ବହିଦାର ଏବଂ ଦ୍ୱିତୀୟ କମାଣ୍ଡର ଭାବେ ଦେବବ୍ରତ ପ୍ରଧାନ ପ୍ୟାରେଡ ପରିଚାଳନା କରିଥିଲେ | ରୟାଲ କ୍ଳବ ରେଢ଼ାଖୋଲ ତରଫରୁ ଦୁଇ ପ୍ୟାରେଡ କମାଣ୍ଡର ଏବଂ ବେଣ୍ଡ ପାର୍ଟିକୁ ପୁରସ୍କୃତ କରାଯାଇଥିଲେ | ପରେ ମୁଖ୍ୟଅତିଥି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଏବଂ ସବ ଜେଲରେ ଫଳ ଏବଂ ମିଷ୍ଟାନ ବଣ୍ଟନ କରିଥିଲେ | ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ସଖାଳୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସହରରେ ରାମଧୂନ ପରିବେଷଣ କରାଯାଇଥିଲା | ସକାଳ ୭ ଟାରେ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନେ ସହରରେ ଅବସ୍ଥାପିତ ବିଭିନ୍ନ ମହାପୁରଷଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ |
Recent Comments