ସୋନପୁର/୨୭/୦୧/୨୦୨୫/ (ଆଧାର ମିଡ଼ିଆ)-ସ୍ୱର୍ଗତ ଜ୍ଞାନୀହୋତା ଓ ଚିତ୍ତରଞ୍ଜନ ହୋତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ଗତକାଲି ମା ସୁରେଶ୍ଵରୀଙ୍କ ଠାରେ ପୂଜା ଅର୍ଚ୍ଚନା ପରେ ସୋନପୁର ଘୋଡାଘାଟ ପଡ଼ା ( ମହାରଣା ପଡ଼ା) ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ମାଘରର ଶୁଭାରମ୍ଭ କରାଯାଇଛି l ପ୍ରଫେସର ଦତ୍ତେଶ୍ୱର ହୋତାଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ମାଘର ଶିବିରକୁ ଅବସର ପ୍ରାପ୍ତ ବିଚାରପତି ( ଓଡ଼ିଶା ହାଇକୋର୍ଟ) ଶ୍ରୀ ଚିତ୍ତ ରଞ୍ଜନ ଦାଶ ଉଦ୍ଘାଟନ କରି ଏହାଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ଓ ଏ ମହତ୍ ସେବା କାର୍ଯ୍ୟ କ୍ରମ ସୁବର୍ଣ୍ଣପୁର ଜିଲ୍ଲା ପାଈଁ ଶୁଭଙ୍କର ଅଟେ ବୋଲି କହିଥିଲେ l ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଅଞ୍ଚଳର ଗରିବ ଲୋକଙ୍କ ପାଇଁ ମାଗଣାରେ ପରୀକ୍ଷା ଓ ଚିକିତ୍ସାର ସୁ -ବ୍ୟବସ୍ଥା ପାଇଁ ଏହି ମା ଘାରର ଶୁଭାରମ୍ଭ କରଯାଇଛି .
ପ୍ରଥମ ଦିନ ଏହି ଶିବିରରେ ସ୍ୱର୍ଗତ ଚିତ୍ତରଞ୍ଜନ ଦାଶଙ୍କ ପୈତୃକ ଗ୍ରାମ ତେଲେଣ୍ଡl ଓ ଜ୍ଞାନୀ ହୋତାଙ୍କ ପୈତୃକ ଗ୍ରାମ ସେଲେଡି ଗାଁର ୧୯୮ଜଣ ଗରିବ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଓ ମାଗଣା ଔଷଧ ପ୍ରଦାନ କରଯାଇଛି l ପ୍ରତିମାସ ଦ୍ବିତୀୟ ଶନିବାର ଓ ରବିବାର ଦିନରେ ଏହି ଘୋଡ଼ାଘାଟ ପଡ଼ା ମାଘର ସୋନପୁରରେ ବିଭିନ୍ନ ଅଞ୍ଚଳର ଗରିବ ଶ୍ରେଣୀର ରୋଗୀଙ୍କ ପାଇଁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଡ଼ା .ଦତ୍ତେଶ୍ୱର ହୋତା ମିଡିଆଙ୍କୁ ପ୍ରକାଶ କରିଛନ୍ତି l ସୁବର୍ଣ୍ଣପୁରର ସୁପର ସିନିୟର୍ ସିଟିଜେନ୍ ଡ଼ା ରାଜେନ୍ଦ୍ର କୁମାର ମିଶ୍ର, ସୁଶ୍ରୀ ରେଣୁକା ମିଶ୍ର, ଓ ବଳରାମ ମିଶ୍ରଙ୍କୁ ଏହି ଉତ୍ସବରେ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମ୍ବଲପୁରର ପୁର୍ବତନ ସାଂସଦ ଭବାନୀ ଶଙ୍କର ହୋତା ,ସୋନପୁରର ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ମନୋରଞ୍ଜନ ତ୍ରୀପାଠୀଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା l ଟ୍ରଷ୍ଟର ଶୁଭେଚ୍ଛୁ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥି, ପଠାନ କୁମାର ପଣ୍ଡା, ସୈଳେନ୍ଦ୍ର ସାହୁ ,ରବି ନାରାୟଣ ମହାପାତ୍ର, ପ୍ରଦୀପ ପୁରୋହିତ,ଅଭ୍ୟାଗତ ମହାପାତ୍ର,ସତ୍ୟ ନାରାୟଣ ତ୍ରୀପାଠୀ ,ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ କାର୍ଯ୍ଯ କ୍ରମରେ ସହଯୋଗ କରିଥିଲେ l ଆଜିର କ୍ୟାମ୍ପରେ ୟୁରୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ, ଓ ଏଣ୍ଡୋକ୍ରିନୋଲୋଜିଷ୍ଟ ବିଭାଗର ପ୍ରଫେସର ଯୋଗଦେଇ ରୋଗୀଙ୍କ ଉତ୍ତମ ସେବା ପ୍ରଦାନ କରିଥିଲେ l ପ୍ରତି ମାସର ଦ୍ବିତୀୟ ଶନିବାର ରବିବାର ଏହି ମାଘର ସୋନପୁରରେ ରୋଗୀ ସେବା ପ୍ରଦାନ କରାଯିବ ବୋଲି ପ୍ରଫେସର ହୋତା ତଥା ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ କରିଛନ୍ତି l
Recent Comments