logo
add image
ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ପଦଯାତ୍ରା।

ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ପଦଯାତ୍ରା।

ଦେବଗଡ/୨୮/୦୧/୨୦୨୫/(ଆଧାର ମିଡିଆ। ପ୍ରତାପ କିଶୋର ନାୟକ। )-ଜ଼ିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ ଅବସରେ ପଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁରୁଣା ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକଙ୍କ ତତ୍ୱାବଧାନରେ ବାହାରି ଥିବା ସଚେତନତା ରଥ ଓ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରାଙ୍କୁ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ ଓ ଏସ୍ଡ଼ିପିଓ ସୌମ୍ୟରଂଜନ ମଲ୍ଲିକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ଶୋଭାଯାତ୍ରା ଛାତ୍ରଛାତ୍ରୀ ମାନେ ସ୍ଲୋଗାନ ମାଧ୍ୟମରେ ଦୁର୍ଘଟଣା ହାର କମାଇବା,ହେଲମେଟ ଓ ସିଟବେଲ୍ଟ ବ୍ୟବହାର କରିବା ପାଇଁ ଲୋକ ମାନଙ୍କୁ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଟାଉନ ଉଚ୍ଚ ବିଦ୍ୟାଳୟ ଓ ଚିନ୍ମୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ରାଲିରେ ସାମିଲ ହୋଇଥିଲେ ।

Recent Comments

Leave Comments

Top