ବୌଦ୍ଧ/୨୮/୧/୨୦୨୫/ (ଆଧାର ମିଡ଼ିଆ )- ବୌଦ୍ଧଜିଲ୍ଲା ଟ୍ରକ ମାଲିକ ସଂଘରେ ଆଜି ଦିବା ୧୧ ଘଣ୍ଟା ସମୟରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବୌଦ୍ଧ ଜିଲ୍ଲା ଟ୍ରକ ମାଲିକସଙ୍ଘର ସଭାପତି ଶ୍ରୀ ଶିଵପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଙ୍ଘର ସଭାପତି ଶ୍ରୀ ବିଭୁତି ଭୂଷଣ ଦାସଙ୍କ ଦ୍ଵାରା ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥପାଠ ସମାରୋହ ଅନୁଷ୍ଠିତ ହୋଇଥିଲା ।
ଏହି ଶପଥ ପାଠ ସମାରୋହ ଉତ୍ସବରେ ସର୍ବପ୍ରଥମେ ସଭାପତି ଶ୍ରୀ ଶିଵପ୍ରସାଦ ମିଶ ,ଉପ-ସଭାପତି ଶ୍ରୀ ଶେଖ ସେମିଉଲ୍ଲା , ସମ୍ପାଦକ ଶ୍ରୀ ବିଶ୍ଵଜିତ ମିଶ୍ର ,ଯୁଗ୍ମ-ସମ୍ପାଦକ ଶ୍ରୀ ରବିନ୍ଦ୍ର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଶ୍ରୀ ଇ.ଆଶିଷ କୁମାର ପାତ୍ର ଶପଥ ପାଠ କରିଥିଲେ । ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ମାନେ ଯଥାକ୍ରମେ
ଶ୍ରୀ ସନ୍ତୋଷ କୁମାର ମହାନ୍ତି,ଶ୍ରୀ ବିରେନ୍ଦ୍ର ମୋହନ ଗୌଡ଼ ,ଶ୍ରୀ ବାବୁଲି ପ୍ରଧାନ,ଶ୍ରୀ ସନ୍ତୋଷ କୁମାର ସାହୁ,ଶ୍ରୀ ରାଜେନ୍ଦ୍ର କୁମାର ସାହୁ,ଶ୍ରୀ ଅଭିଷେକ ମିଶ୍ର ,ଶ୍ରୀ ପ୍ରଭାତ ସେଠୀ, ଶ୍ରୀ ପିନାକୀ ବିଶି , ଶ୍ରୀ ସୁରେଶ କୁମାର ସାହୁ, ଶ୍ରୀ ରାଜେନ୍ଦ୍ର ସାହୁ ଏବଂ ଶ୍ରୀ କୈଳାଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଶପଥ ପାଠ କରିଥିଲେ ।
ରାଜ୍ୟ ଟ୍ରକ୍ ମାଲିକ ମହାସଂଘର ସଭାପତି ଶ୍ରୀ ଦାସ୍ ଙ୍କ ଉପସ୍ଥିତିରେ ନବ ନିର୍ବାଚିତ କର୍ମକର୍ତ୍ତା ମାନେ ସଙ୍ଘର ସମସ୍ତ ନିୟମ କାନୁନ ମାନିବା ସହିତ ସଂଘର ସର୍ବାଙ୍ଗୀନ ବିକାଶ ପାଇଁ ବଚନ ବଦ୍ଧ ହେବାକୁ ଶପଥ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁର ବଲାଙ୍ଗୀର ,ପଦ୍ମପୁର,ଖଡ଼ିଆଳ,ଅନୁଗୁଳ ,ରେଢ଼ାଖୋଲ,ବାମୂର୍, ବୁଢା ସମ୍ବର ଆଦି ବିଭିନ୍ନ ଅଞ୍ଚଳର ଟ୍ରକ୍ ମାଲିକ ସଂଘର ସଭାପତି, ସଂପାଦକ ତଥା କର୍ମକର୍ତ୍ତା ମାନଙ୍କୁ ଜିଲ୍ଲା ଟ୍ରକ ମାଲିକସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ମହାସଂଘର ସଭାପତି ଶ୍ରୀ ଦାସ ରାଜ୍ୟର ସମସ୍ତ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତା ମାନଙ୍କୁ ଏକଜୁଟ ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରକ୍ ମାଲିକଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ l ଏହି ଶପଥ ପାଠ କାର୍ଯ୍ୟକ୍ରମକୁ ବୌଦ୍ଧ ଜିଲ୍ଲା ଟ୍ରକ୍ ମାଲିକ ସଂଘର ପୂର୍ବତନ ସମ୍ପାଦକ ଶ୍ରୀ ସ୍ଵାଧୀନ ବିଶ୍ବାଳ ପରିଚାଳନା କରିଥଲେ l ଏବଂ ସଙ୍ଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Recent Comments