logo
add image
ବ୍ଲକସ୍ତରୀୟ ସଅଳରୋଗ ଚିହ୍ନଟ ଓ ଚିକିତ୍ସାଶିବିର ଅନୁଷ୍ଠିତ

ବ୍ଲକସ୍ତରୀୟ ସଅଳରୋଗ ଚିହ୍ନଟ ଓ ଚିକିତ୍ସାଶିବିର ଅନୁଷ୍ଠିତ

ସୋନପୁର/ ୨୯ /୦୧ / ୨୦୨୫/ (ଆଧାର ମିଡ଼ିଆ)-ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସଅଳରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲଛୀପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟ ଅଥିଥି ଭାବେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନାଇକେନପାଲିର ଭାରପ୍ରାପ୍ତ ଅଧିକାରୀ ଡ଼ ରାମଶଙ୍କର ତ୍ରିପାଠୀ ଯୋଗଦେଇ ସ୍ୱାସ୍ଥ୍ୟଶିବିର ଶୁଭାରମ୍ଭ କରିଥିଲେ. ଏହି ସ୍ଵାସ୍ଥ୍ୟ ଶିବିରରେ ଜନ୍ମରୁ ୧୮ ବର୍ଷ ବୟସର ଶିଶୁ ମାନଙ୍କ ରୋଗ ଚିହ୍ନଟ ସହ ସେମାନଙ୍କୁ ସ୍ଵାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା।  ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲଛୀପୁର ଭାରପ୍ରାପ୍ତ ଅଧିକାରୀ  ଡ଼ ସରୋଜ କୁମାର ମେହେର ଓ ଡ଼ ଦେବବ୍ରତ ନାଇକ ଙ୍କ ତତ୍ୱାବଧାନ ପରିଚାଳନା କରାଯାଇଥିଲା.
ଏହି ସ୍ୱାସ୍ଥ୍ୟ ଶିବିରରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ି ଇ ଆଇ ସି ର ଅଭୟ ଲେଙ୍କା (Audiologist), ଡ଼ ସାଗରିକ ରଥ (physiotherapist)  ରତନ ବିଶ୍ୱାଳ .(Special Educator )ଓ Dr ସତ୍ୟନାରାୟଣ ପଣ୍ଡା (Dentist ) ଯୋଗଦାନ ଦେଇଥିଲେ ଓ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷ୍ୟା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଳଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରର RBSK ଟିମ୍ ର ଡ଼ ସରୋଜ କୁମାର ପଟେଲ, ଡ଼ ଚିତ୍ତରଞ୍ଜନ ତ୍ରିପାଠୀ, ଡ଼ ଲୋପାମୁଦ୍ରା ପଧାନ, ଫାର୍ମାସିଷ୍ଟ ହୃଷିକେଶ ମିଶ୍ର, ଛନ୍ଦା ଚରଣ ପୁରୋହିତ, ପ୍ରଶାନ୍ତ ସାହୁ, ସାର୍ଥକ ରଞ୍ଜନ ବହିଦାର, ଅଜିତ ମହାଳିଙ୍ଗ, ଅଞ୍ଚଳ ମଟାରୀ, ଅନିଲ ମହାଳିଙ୍ଗ, ରୋଜାଲିନ ଧଳ ମହିଳା ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି ସାହା,ଶୁଭଲଷ୍ମୀ ବାଗ ଓ ଆଶା ଦିଦିମାନେ ସହଯୋଗ କରିଥିଲେ।

Recent Comments

Leave Comments

Top