logo
add image
ଆର୍ଥିକ ସେବା ଓ ସଂଚୟ ସଚେତନତା କାର୍ଯ୍ୟକ୍ରମ

ଆର୍ଥିକ ସେବା ଓ ସଂଚୟ ସଚେତନତା କାର୍ଯ୍ୟକ୍ରମ

ପୁରୀ/୨୯/୧/୨୦୨୫/( ଆଧାର ମିଡ଼ିଆ )ପୁରୀ ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ବିଭାଗ ଆନୁକୂଲ୍ୟରେେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ପିପିଲି ବ୍ଲକ ଅଧିନସ୍ଥ ସରସ୍ବତୀପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପୁରୀ ଡାକ ବିଭାଗର ବରିଷ୍ଠ ଅଧିକାରୀ ରତନ ଜେନା ସଭାପତିତ୍ବ କରିବା ସହିତ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାର ଆର୍ଥିକ ସେବା ଓ ସ୍ବଳ୍ପ ସଂଚୟ ଅଧିକାରୀ ବିଭୂତି ଭୂଷଣ ନାୟକ ଅର୍ଥ ନେଣ ଦେଣ ସମୟରେ ହେଉଥିବା ଡିଜିଟାଲ ସାଇବର ଠକେଇ ସମ୍ପର୍କରେ ଏବଂ ସରକାରଙ୍କ ବିଭନ୍ନ ଆର୍ଥିକ ଯୋଜନା ଓ ତାହାର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ। ଡାକ ବିଭାଗର ଅଧିକାରୀ ଶ୍ରୀ ଜେନା ଲୋକମାନେ କିପରି କଷ୍ଟ ଉପାର୍ଜିତ  ଅର୍ଥକୁ ଡାକଘରେ ଓ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରେ  ସଠିକ ଭାବେ ସଂଚୟକରି ଲାଭବାନ ହୋଇ ପାରିବେ ସେ ସମ୍ପର୍କରେ ବିଷଦ ସୂଚନା ଦେଇଥିଲେ।
ସିନିୟର ମ୍ୟାନେଜର ପ୍ରୀତିଶ କୁମାର ସ୍ବାଇଁ ବିଭିନ୍ନ ଡାକଘର ବୀମା ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।ଡାକଘରେ ସଂଚୟ ସହ ଦେୟମୁକ୍ତ କୂପନ ସଂଗ୍ରହ କରିବାପାଇଁ ସଂଚୟ କର୍ତ୍ତାଙ୍କୁ ଅନୁରୋଧ କରାଯାଇଥିଲା।ଯାହା ଫଳରେ ସରକାରଙ୍କ ପକ୍ଷରୁ ସେମାନେ ଲଟେରୀ ମାଧ୍ୟମରେ ଥିବା ଆର୍ଥିକ ସୁବିଧା ପାଇବାର ସୁଯୋଗ ଲାଭକରି ପାରିବେ।କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ପ୍ରତିନିଧି, ଅଙ୍ଗନବାଡି କର୍ମୀ,ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସାଧାରଣ ଲୋକ ଯୋଗ ଦେଇଥିଲେ।ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଭଳି ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇ ଲୋକ ମାନଙ୍କୁ ଡିଜିଟାଲ ମାଧ୍ୟମରେ ଆର୍ଥିକ କାରବାର ସମ୍ପର୍କରେ ସଚେତନ କରାଯିବା ସହ ଡାକ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଉଛି ବୋଲି ସ୍ବଳ୍ପ ସଂଚୟ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।  

Recent Comments

Leave Comments

Top