logo
add image
ବିର୍ସାମୁଣ୍ଡା ଜୟନ୍ତୀ ଉତ୍ସବ ପାଳିତ: ଆଦିବାସୀ ନୃତ୍ୟ ସଂଗୀତରେ ମଞ୍ଚ ଦୁଲୁକିଲା

ବିର୍ସାମୁଣ୍ଡା ଜୟନ୍ତୀ ଉତ୍ସବ ପାଳିତ: ଆଦିବାସୀ ନୃତ୍ୟ ସଂଗୀତରେ ମଞ୍ଚ ଦୁଲୁକିଲା

ବାଲିଗୁଡା/୨୯/୦୧/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଶିବମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ ତ୍ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି l ସାଂସ୍କୃତିକ ସନ୍ଧ୍ୟାରେ କନ୍ଧମାଳ ଜ଼ିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳାବିକାଶ କେନ୍ଦ୍ର ବାଲିଗୁଡାର କଳାକାରଙ୍କ ଆଦିବାସୀ ନୃତ୍ୟ ଓ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା l ଅନୁଷ୍ଠାନର ସମ୍ପାଦକ ପ୍ରମୋଦ ଦଣ୍ଡସେନାଙ୍କ ନେତୃତ୍ୱରେ କୋଡିଏ ଜଣିଆ ଦଳ ଅଂଶଗ୍ରହଣ କରିଥିଲେ l ବରିଷ୍ଠ କଣ୍ଠଶିଳ୍ପୀ ଚରଣ ବିନ୍ଧାଣୀଙ୍କ ଲୋକପ୍ରିୟ କୁଇ ଗୀତ "ବାଦୁବାଦୁଲା ରାଧା କୁଞ୍ଜବନ ତାନିସାନା " ଗୀତ ଓ ନୃତ୍ୟରେ ମଞ୍ଚ ଦୁଲୁକିଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ ଆଇ. ଟି. ଡ଼ି. ଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଜାତୀୟ ଜନ ଜାତି ଲୋକ କଳା ସଂଯୋଜକ ନିରଞ୍ଜନ ପଣ୍ଡା, ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅନନ୍ୟାର ଅଧ୍ୟକ୍ଷ ଦୁର୍ଗା ମାଧବ ଆଚାର୍ଯ୍ୟ, ସଂସ୍କାର ଭାରତୀ ର ମୁଖ୍ୟ ଶାନ୍ତନୁ ରଥ ପ୍ରମୁଖ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କଳାକାରଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି କଳାକାର ମାନଙ୍କ ସହିତ ଆଦିବାସୀ ନୃତ୍ୟର ତାଳେ ତାଳେ ନାଚିଥିଲେ l ଦେବାଶିଷ ମିଶ୍ର ମଞ୍ଚ ପରିଚାଳନା କରିଥିଲେ l

Recent Comments

Leave Comments

Top