logo
add image
ବୌଦ୍ଧ ଜିଲ୍ଲାସ୍ତରୀୟ ବାର୍ଷିକ ପୁଷ୍ପପ୍ରଦର୍ଶନୀ ଉଦଯାପିତ

ବୌଦ୍ଧ ଜିଲ୍ଲାସ୍ତରୀୟ ବାର୍ଷିକ ପୁଷ୍ପପ୍ରଦର୍ଶନୀ ଉଦଯାପିତ

ବୌଦ୍ଧ/୨୯/୦୧/୨୦୨୫/ (ଆଧାର ମିଡ଼ିଆ)-ବୌଦ୍ଧ ଉଦ୍ୟାନବିଭାଗ ଏବଂ ଜିଲ୍ଲା ବୃକ୍ଷ ପ୍ରେମୀ ସଂଘର ମିଳିତ ସହଯୋଗରେ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ  ଚଳିତ ୨୬ ତାରିଖରୁ ଆୟୋଜିତ ହୋଇଥିବା ତିରିଶ ତମ ଜିଲ୍ଲାସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି l ଏହି ପ୍ରଦର୍ଶନୀକୁ ପ୍ରଥମେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଫିତାକାଟି ଉଦଘାଟ କରିଥିଲେ. ଏହି ପ୍ରଦର୍ଶନୀରେ ଗୋଲାପ,ଡlଳିଆ,ସେବତୀ,ଗେଣ୍ଡୁ,ଜର୍ବେରା,ପେଟୁନିଆ,ଅଦେନିଅମ୍ ଇତ୍ୟାଦି ଫୁଲସହ ବୋନସାଇ,କlକଟସ, ଅଳଙ୍କାରିକ ବୃକ୍ଷ, ଔଷଧୀୟ ବୃକ୍ଷର ତିନିଶହରୁ ଉର୍ଦ୍ଧ କୁଣ୍ଡରେ ଥିବା ଫୁଲସହ କଟାଫୁଲ ସ୍ଥାନ ପାଇଥିଲା l ସେଠାରେ ଫୁଲ ରୋଙ୍ଗୋଲି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ସେଥିରେ ଜୁନିଅର ଓ ସିନିୟର୍ ବିଭାଗରେ ୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଏହି  ସୁନ୍ଦର ପ୍ରଦର୍ଶନୀକୁ ଶହ ଶହ ସଂଖ୍ୟାରେ ଜନସାଧାରଣ ଆସି ଭରପୁର ଉପୋଭଗ କରିଥିଲେ ଲ
ଉଦଯାପନୀ ସନ୍ଧ୍ୟାରେ ଆୟୋଜିତ ହୋଇଥିବା ସଭାରେ ମୂଖ୍ୟ ଅତିଥିଭାବେ ଜିଲ୍ଳାପାଳ,ସୁବ୍ରତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପlଳ ପ୍ରବୀଣ କୁମାର ବଣୁଆ ,ପରିବେଶବିତ୍ ସୁଧୀର କର୍ଣ୍ଣ, ପୂର୍ବତନ ଅଧ୍ୟକ୍ଷ, ପ୍ରଶାନ୍ତ ମହାପାତ୍ର ଯୋଗଦେଇ ଦୀର୍ଘ ବର୍ଷଧରି ଆୟୋଜିତ ଏହି କlର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ଶ୍ରେଷ୍ଠ ପ୍ରଦର୍ଶନକାରି ମାନଙ୍କୁ ପୁରସ୍କୃତ କରିଥିଲେ l ଗୋଲାପରେ ରଶ୍ମିତା ପ୍ରଧାନ, ଡlଲିଆରେ ପ୍ରଜ୍ଞାଶ୍ରୀ, ସେବତୀ ରେ ମାନଭଞ୍ଜନ ଦାନୀ, ସୋମିତ୍ରି ପଲିଆ, ଅଳଙ୍କାରିକ  ବୃକ୍ଷ ରେ ରାଜୁ ପ୍ରସାଦ ଓ ନବ ମିଶ୍ର,  ବନସାଇ ରେ ତପସ୍ଵିନୀ ପ୍ରଧାନ ଏବଂ ଔଷଧୀୟ ବୃକ୍ଷ ରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଶ୍ରେଷ୍ଠ  ବିବେଚିତ ହୋଇଥିଲେ l ଜିଲ୍ଲl ବୃକ୍ଷ ପ୍ରେମୀ ସଂଘର ସଭାପତି ପରିବେଶ ବିଜ୍ଞାନୀ ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଧନ୍ୟବାଦ ପ୍ରଦାନ କରିଥିଲେ ସଂଘର ସମ୍ପାଦକ କପିଲ୍ ମିଶ୍ର  ଏବଂ ସହକାରୀ ଉଦ୍ୟାନବିତ୍ ପୂଜା ବାରିକ୍ ଏଥିରେ ବହୁ ସହଯୋଗ କରିଥିଲେ l

Recent Comments

Leave Comments

Top