ବଲାଙ୍ଗୀର/୨୯/୧/୨୦୨୫/ (ଆଧାର ମିଡ଼ିଆ)-ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଂଚାୟତ କୁଟାସିଂହା(କଣ୍ଟାପାଲି) ଗ୍ରାମରେ ହନୁମାନ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାନେଇ କପିଳେଶ୍ୱର ଶିବମନ୍ଦିର ମଣ୍ଡପ (କଣ୍ଟାପାଲି) ଠାରେ ଏକ ଜରୁରକାଳୀନ ପ୍ରସ୍ତୁତି ବୈଠକ କମିଟିର ଆବାହକ ସାଧୁରାମ ଦେହେରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି | ଏହି ପ୍ରତିଷ୍ଠା ମହୋତ୍ସବ ଆସନ୍ତା ଏପ୍ରିଲ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାପାଇଁ ବୈଠକରେ ସ୍ଥିର କରାଯାଇଛି | ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ କଂସ ଦରବାର ସହ ବିଭିନ୍ନ ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି | ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଠେଲକୋମୁଣ୍ଡା ଗ୍ରାମର ସାମ୍ବାଦିକ ରାଧେଶ୍ୟାମ ହାତୀଙ୍କୁ କଂସ ଭାବରେ ବରଣ କରାଯାଇଛି | ହନୁମାନ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୁବକ ମାନେ,ସାମାଜିକ କର୍ମୀ,ସାମ୍ବାଦିକ ଏକାଠି ହୋଇ ୟୁବ ନେତୃତ୍ୱକୁ ଆଗକୁ ବଢ଼ିବାରେ ଏକାଠି ହୋଇଥିଲେ. ଏଥିରେ କୁଟାସିଂହା ଗ୍ରାମ ପଞ୍ଚାୟତର ସରପଞ୍ଚ ଡିଗ୍ରୀ ମେହେର, ସନ୍ତୋଷ ବିଶି, ଗଦିରାମ ବେହେରା, ଦାମୋଦର ପଧାନ, ପ୍ରଦୀପ ପାତ୍ର, ମିଳନ ସରାଫ, ସଚିନ ସାହୁ, ରବିଚନ୍ଦ୍ର ନାଏକ, ପ୍ରମୁଖ ଉପସ୍ଥିତଥିଲେ |ପୂଜକ ଯୁଧିଷ୍ଠିର ଦେହେରି ଧନ୍ୟବାଦ ଦେଇଥିଲେ |
Recent Comments