ପୁରୀ/ ୩୦/୧/୨୦୨୫/ ( ଆଧାର ମିଡ଼ିଆ )ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଏବଂ ପୁରୀ ପୌର ପରିଷଦର ମିଳିତ ଆନୁକୂଲ୍ୟରେ
ଶରଧାବାଲି ଠାରେ ଆୟୋଜିତ ୫ ଦିନିଆ ସାଞ୍ଝା ଉତ୍ସବର ୪ର୍ଥ ଦିନରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଭାରତ ସରକାରଙ୍କ ସହରାଞ୍ଚଳ ବିକାଶ ଲକ୍ଷ୍ୟରେ ଆୟୋଜିତ ଏହି ଉତ୍ସବରେ ସମଗ୍ର ଭାରତ ବର୍ଷରେ ୨୫ ଟି ସହରକୁ ସାମିଲ କରାଯାଇଥିବା ବେଳେ ଓଡ଼ିଶାର ଗୋଟିଏ ସହର ପୁରୀ ସହରକୁ ସାମିଲ କରାଯାଇଛି।ଏହା ଆମ ଏକ ଗୌରବର କଥା ଓ ଆହ୍ଵାନ ମଧ୍ୟ।ଆମେ ସମ୍ମିଳିତ ଭାବେ ପୁରୀ ସହରକୁ ସୁନ୍ଦରଭାବେ ଗଢ଼ି ତୋଳିବା ବୋଲି ସେ ଅନୁରୋଧ କରିଥିଲେ।କୁଇଜ କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା ଓ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପରିଚାଳନା କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।କୃତି ପ୍ରତିଯୋଗୀଙ୍କୁ ଆସନ୍ତାକାଲି ଶେଷଦିନରେ ପୁରସ୍କୃତ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଥିଲେ।ପରେ ପରେ ସଂଧ୍ୟାରେ ସାଂସ୍କୃତିକ ଅନୁଷ୍ଠାନ ଅନୁସନ୍ଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପୌର ପରିଷଦର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Recent Comments