ପଦ୍ମପୁର/ବରଗଡ/୩୧/୧/୨୦୨୫/ ଆଧାର ମିଡ଼ିଆ// ଡିଲେଶ୍ୱର ବାଗ): ବରଗଡ ଜିଲ୍ଲା ସଡ଼କ ପରିବହନ ଦ୍ୱାରା ଆୟୋଜିତ ସଡ଼କ ସୁରକ୍ଷା ସପ୍ତାହ ପାଳନ ବିଷୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପଦ୍ମପୁର ଯେନିଥ ଦ ଲାୟାନ୍ସ ଗୁରୁକୁଳର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ଚିତ୍ରାଙ୍କନ ଜୁନିଅର ଗ୍ରୁପରେ ଅପେକ୍ଷା ବୁଡେକ ୨ୟ, ସିନିଅର ଗ୍ରୁପ ଚିତ୍ରାଙ୍କନରେ ଶ୍ରେୟାଂଶ ଦାଶ ୧ମ ଓ ଜଗଦାନନ୍ଦ ଭୋଇ ୨ୟ,ସେହିପରି ସ୍ଲୋଗାନ ପ୍ରତିଯୋଗିତାରେ ନଉସୀନ ଫାତିମା ୩ୟ ସ୍ଥାନ ହାସଲକରି କୃତିତ୍ୱ ଅର୍ଜନକରି ଯେନିଥ ସ୍କୁଲର ଗୋୖରବ ଆଣିଥିଲେ । ୦୧ ରୁ ୩୧ ଜାନୁଆରି ୨୦୨୫ ସଡ଼କ ସୁରକ୍ଷା ଦିବସ ପାଳନର ପ୍ରତ୍ୟେକ ଦିନ ମାନଙ୍କରେ ସ୍କୁଲର ରେଡକ୍ରସ ଚାନ୍ସେଲର ଶ୍ରୀ ଡିଲେଶ୍ଵର ସାହୁଙ୍କ ଉଦ୍ୟମରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ସହାୟତାରେ ଜନ ସାଧାରଣଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କ ପାଖକୁ ସଚେତନ ବାର୍ତା ପହଞ୍ଚାଇ ଏକ ମହତ କାମକରି ଥିବାରୁ ଯେନିଥ ସ୍କୁଲର ପ୍ରିନସିପାଲ ଶ୍ରୀ ମନୋଜ ପଣ୍ଡା ଓ ସ୍କୁଲର ମେନେଜିଙ୍ଗ କମିଟି ସମସ୍ତ ସଦସ୍ୟ ଶ୍ରୀ ଡିଲେଶ୍ଵର ସାହୁଙ୍କୁ ଭୂୟାସୀ ପ୍ରସଂଶା କରିଥିଲେ ।
Recent Comments