logo
add image
ବିଷାକ୍ତ ସାପ ନେଲା ଜୀବନ।

ବିଷାକ୍ତ ସାପ ନେଲା ଜୀବନ।

ବଡ଼ବିଲ,୨/୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ ସିହ୍ନା)କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଧୀନରେ ଥିବା ସେରେଣ୍ଡା ଗ୍ରାମ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ସେରେଣ୍ଡା ପଞ୍ଚାୟତ ର ମହାକୁଡ଼ ସାହିରେ ଏକ ବିଷାକ୍ତ ସାପ କାମୁଡା ଯୋଗୁ ସମ୍ଭୁ ମହାକୁଡ ନାମକ ଜଣେ ଯୁବକର ମୃତ୍ୟୁ ଘଟିଛି l ସେଠାରେ ଉପସ୍ଥିତ ଥିବା ପ୍ରତେକ୍ଷଦର୍ଶୀ ଙ୍କ କହିବା ଅନୁଯାୟୀ ଆଜି ସକାଳ ପ୍ରାୟ ୧୧ ଘଟିକା ସମୟରେ ଶମ୍ଭୁ ତାଙ୍କ ବାଡ଼ିରେ ସୋଇଥିଲେ ଓ ସେହି ସମୟରେ ଏକ ବିଷାକ୍ତ ସାପ ଶମ୍ଭୁ ର ଡାହାଣ ହାତକୁ ଚୋଟ ମାରିଥିଲା ଓ ସେ ନିଜକୁ ଧର୍ଯ୍ୟହରା ହୋଇ ଅଚେତ ହୋଇଯାଇଥିଲେ।ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ। କିନ୍ତୁ ସେଠାରେ ଥିବା ଡାକ୍ତର ତାଙ୍କୁ ଯାଞ୍ଚ କରିବା ପରେ ମୃତ୍ୟୁ ଘୋଷଣା କରିଥିଲେ। କେନ୍ଦୁଝର ଜିଲ୍ଲା ଏକ ଜଙ୍ଗଲ ଓ ଖଣି ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଜଙ୍ଗଲରେ ବାସ କରୁଥିବା ଜୀବ ଜନ୍ତୁଙ୍କ ଦ୍ଵାରା ସାଧାରଣ ଲୋକେ ଆକ୍ରମିତ ହୋଇ ମୃତ୍ୟୁବରଣ କରିଥାନ୍ତି।ବଡ଼ ବଡ଼ କମ୍ପାନୀ ମାନେ ସବୁ ଜଙ୍ଗଲ ପାହାଡ କୁ ଖୋଳି ଖଣିଜ ପଦାର୍ଥ ଉତ୍ତୋଳନ କରିଥାନ୍ତି ଯାହାଫଳରେ ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁ ଏବେ ବାସ ହରା ହୋଇ ଜନବସତି ଆଡ଼କୁ ମୁହାଁଇଲେଣି ଏବଂ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।
 

Recent Comments

Leave Comments

Top