logo
add image
ଜେନିଥ୍ ଲାୟନ୍ସ ଗୁରୁକୁଳରେ ବିଶ୍ଵ କର୍କଟ ଦିବସ ପାଳିତ।

ଜେନିଥ୍ ଲାୟନ୍ସ ଗୁରୁକୁଳରେ ବିଶ୍ଵ କର୍କଟ ଦିବସ ପାଳିତ।

ପଦ୍ମପୁର,୪/୨(ଆଧାର ମିଡ଼ିଆ//ରିପୋର୍ଟ-ଡିଲେଶ୍ୱର ବାଗ)ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଏ ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ କର୍କଟ ରୋଗ ବିଷୟରେ ସଚେତନତା ବୃଦ୍ଧି କରିବା,ଲୋକଙ୍କୁ ଶିକ୍ଷିତ କରିବା ଏବଂ ଏହି ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ଏକତ୍ରିତ ହେବା।ଏହି ଦିନଟି କର୍କଟ ରୋଗରେ ପୀଡିତ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ପାଇଁ ସମର୍ଥନ ଏବଂ ସଂହତିର ପ୍ରତୀକ।ଏହି ବାର୍ତ୍ତା ନେଇ ପଦ୍ମପୁର ସହରସ୍ଥିତ ଶିକ୍ଷାନୁଷ୍ଠାନ ଜେନିଥ ଲାୟନ୍ସ ଗୁରୁକୁଳ ରେ ବିଶ୍ଵ କର୍କଟ ଦିବସ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ କର୍କଟ ରୋଗ ସମ୍ପର୍କିତ ବିଭିନ୍ନ ଫଟୋ ଚିତ୍ର ପ୍ରଦର୍ଶନ କରିଥିଲେ ଓ କର୍କଟ ରୋଗ କୁ ନେଇ ସଚେତନତା ଭିତ୍ତିକ ସ୍ଲୋଗାନ ଦେବା ସହ ଏକ କ୍ଷୁଦ୍ର ନାଟକ ପ୍ରଦର୍ଶିତ କରିଥିଲେ।ପରେ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଡକ୍ଟର ମନୋଜ କୁମାର ପଣ୍ଡା ବର୍ତ୍ତମାନ ସମୟରେ ଏହି ରୋଗର ଭୟାବହତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଜଣାଇବା ସହ ଆଗାମୀ ଦିନରେ କର୍କଟ ରୋଗ ବିଷୟରେ ଅଧିକ ରୁ ଅଧିକ ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ବାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ବେହେରା।କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
 

Recent Comments

Leave Comments

Top