ବିଷମକଟକ,୫/୨/୨୫( ଆଧାର ଓଡିଶା//ରିପୋର୍ଟ-କାଷିନାଥ ପାଳ)ଆଜି ବିଷମକଟକ ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ମୋହନ ସରକାରଙ୍କ ଉଚ୍ଚାଭିଳାଷୀ "ବିକସିତ ଗାଁ ବିକସିତ ଓଡିଶା" (ବିଜିବିଓ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଆଜି ଦିନ ୧୧ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭରଚୁଆଲ ମୋଡ଼ ରେ ଏହାର ଶୁଭାରମ୍ଭ କରିଥିବା ବେଳେ ଗ୍ରାମୀଣ ଓଡିଶାର ରୂପାନ୍ତର ପାଇଁ ରାଜ୍ୟ ବ୍ୟାପି ଏହି ଯୋଜନା ଆଜି ଠାରୁ ଲାଗୁ କରାଯାଇଛି I ପ୍ରତ୍ୟେକ ବ୍ଲକ ତଥା ଗ୍ରାମ ପଞ୍ଚାୟତରେ ସମଗ୍ର ଗ୍ରାମୀଣ ବିକାଶକୁ ଆଗେଇ ନେବା ପାଇଁ ପରିକଳ୍ପିତ ଏହି ପଦକ୍ଷେପ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣହେବାକୁ ଯାଉଥିବା ବେଳେ ବିଷମକଟକ ଠାରେ ଏହାର ପ୍ରସ୍ତୁତି ଓ ସଫଳ ଆୟୋଜନ ନେଇ ବ୍ଲକ ପ୍ରଶାସନ ସମସ୍ତ ପ୍ରକାର ଉତ୍ସାହିତ ରହିଥିବା ଜଣାପଡିଛି Iଏକ ପାଞ୍ଚ ବାର୍ଷିକ ବିକାଶର ରୋଡମ୍ୟାପ୍, ଯାହା ଗ୍ରାମାଞ୍ଚଳ ରେ ରହିଥିବା ଭିତ୍ତିଭୂମି ଓ ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବାରେ ରହିଥିବା ପ୍ରତିବନ୍ଧକକୁ ଦୂର କରିବା ସହ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ନିରନ୍ତର ଅଭିବୃଦ୍ଧି ତଥା ଉନ୍ନତ ମାନର ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିବା କୁହାଯାଉଛିI ସରକାରଙ୍କ ଦୂରଦୃଷ୍ଟି ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଥିବା ବେଳେ ଏହି ଯୋଜନା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଓ ଏଥିରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଜଣାପଡିଛିI ଏହା ମାଧ୍ୟମରେ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ, ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ (PVTG) ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ,କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତିକରଣ,ଶିକ୍ଷା ଓ କ୍ରୀଡ଼ା ଭିଭିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ,ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ଵୟନ ଆଦି ହାସଲ ପାଇଁ ଲକ୍ଷ୍ୟ ରଖାଯାଇଛି I“ଏହି ପଦକ୍ଷେପ ଓଡିଶାର ଗ୍ରାମୀଣ ବିକାଶ ଦିଗରେ ରେ ଏକ ମାଇଲଖୁଣ୍ଟ ହେବ ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆମେ ପ୍ରତ୍ୟେକ ଗ୍ରାମକୁ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ କରାଇବା ପାଇଁ ଉତ୍ସର୍ଗୀକୃତ ବୋଲି ଗଣମାଧ୍ୟମକୁ ଉତ୍ତର ରଖିବା ବେଳେ ବିଧାୟକ ପ୍ରତିନିଧି ବିଜୟ କିଶୋର ପଟନାୟକ ସ୍ପଷ୍ଟ କରିଥିଲେ। ବିଷମକଟକ ବିଡିଓ ସଦାଶିବ ନାୟକ ତଥା ଅତିରିକ୍ତ ସହକାରୀ ଯନ୍ତ୍ରୀ ଦାୟତ୍ୱ ରେ ଥିବା ସୁଶ୍ରୀ ଝରଣା ତ୍ରିପାଠୀ ବ୍ଲକ ର ସମସ୍ତ ପଞ୍ଚାୟତ ପ୍ରତିନିଧି,ସ୍ଥାନୀୟ ନେତା, ଏବଂ ବ୍ଲକର ବିଭିନ୍ନ ସ୍ଥାନରୁ ସମ୍ପ୍ରଦାୟର ପ୍ରତିନିଧୀ ଓ ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳତା ର ସମ୍ପନ୍ନ କରିଥିବା ରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଷମକଟକ ବିଧାୟକ ପ୍ରତିନିଧି, ସାଂସଦ ପ୍ରତିନିଧି କୃଷ୍ଣ ନାଣକା, ପଞ୍ଚାୟତ ସମିତି ଅଧକ୍ଷା, ଉପାଧକ୍ଷ ଦେବି ପ୍ରସାଦ ପଟନାୟକ, କ ଓ ଖ ଜୋନ ଜିଲ୍ଲାପରିଷଦ ସଭ୍ୟା ଓ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ I
Recent Comments