logo
add image
ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିର ପଟ୍ଟଚିତ୍ର ବଦଳିବ:ଦୁଇ ଜଣିଆ ପ୍ରତିନିଧି ଦଳର ପରିଦର୍ଶନ 

ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିର ପଟ୍ଟଚିତ୍ର ବଦଳିବ:ଦୁଇ ଜଣିଆ ପ୍ରତିନିଧି ଦଳର ପରିଦର୍ଶନ 

ବାଲିଗୁଡା,୬/୦୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ -ସଞ୍ଜୟ କୁମାର ପାଣିଗ୍ରାହୀ)ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ପର୍ଯ୍ୟଟନ କ୍ଷେତ୍ରର ପଟ୍ଟଚିତ୍ର ବଦଳିଯିବ।ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଓଡିଶା ପର୍ଯ୍ୟଟନ ଉନ୍ନୟନ ବିଭାଗର ୨ ଜଣିଆ ପ୍ରତିନିଧି ଦଳ ଗତ ଦୁଇ ଦିନ ହେଲା ଦାରିଙ୍ଗବାଡିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲି ପରିଦର୍ଶନ କରୁଛନ୍ତି।ପ୍ରକାଶ ଯେ ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ତହସିଲଦାର ଶରତ ଶବରଙ୍କ ସହ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନାତନ ପ୍ରଧାନ ଏବଂ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ମହାରଣା ପ୍ରମୁଖ ମିଳିତ ଭାବେ ଦାରିଙ୍ଗବାଡିର ହିଲଭିୟୁ, ନେଚର ପାର୍କ ସମେତ ଡୁଲୁରୀ ପାଇନ ବଣ,ରେନବୋ,ପାଟ୍ଟାବାନ୍ଧା ଏବଂ ମିଡିୟୁବାନ୍ଦା ଜଳପ୍ରପାତ, ଯୋଗୀମଠ,ତୀର୍ଥକ୍ଷେତ୍ର ଋଷିମାଳ ପାହାଡ଼,କିରିକୁଟି ଲଭର୍ସ ପଏଣ୍ଟ, କଫି ବଗିଚା,ସମେତ ସମସ୍ତ ନୂଆ ଓ ପୁରୁଣା ପର୍ଯ୍ୟଟନ କ୍ଷେତ୍ରକୁ ମିଳିତ ପରିଦର୍ଶନ କରିଛନ୍ତି। ଓଡିଶା ପର୍ଯ୍ୟଟନ ବିଭାଗର ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ଭାରତ ପ୍ରଶାସନିକ ଅଧିକାରୀ ସମର୍ଥ ବର୍ମା କନ୍ଧମାଳ ଜିଲାପାଳଙ୍କୁ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ ପାଇଁ ଆବଶ୍ୟକ କ୍ଷେତ୍ର ପରିଦର୍ଶନ କରି ରାଜ୍ୟକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଦୁଇ ଜଣିଆ ପ୍ରତିନିଧିଙ୍କ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି।ସମସ୍ତ ପର୍ଯ୍ୟଟନ କ୍ଷେତ୍ର ବିଶେଷ କରି ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦେବା ସହ ସୌନ୍ଦର୍ଯ୍ୟକରଣ କରାଯିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।
 

Recent Comments

Leave Comments

Top