କାକଟପୁର,୯/୦୨(ଆଧାର ମିଡ଼ିଆ//ରିପୋର୍ଟ-ତୁଷାର ଦୀକ୍ଷିତ)ପୁରୀ ଜିଲ୍ଲା କାକଟପୁର ବ୍ଲକ ମିଶନ ଶକ୍ତି ଭବନ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି।ନିର୍ମାଣ କୁ ଦୀର୍ଘ ମାସ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ତାଲା ଖୋଲିନଥିବା ଅଭିଯୋଗ ହୋଇଛି।ସେହିପରି ଭବନ ଚର୍ତୁପାର୍ଶ୍ୱରେ ଅନାବନା ଘାସ ସାଙ୍ଗକୁ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି।ଫଳରେ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ସ୍ଥାନିୟ ବାସୀ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଗ୍ରାମାଞ୍ଚଳରେ ମହିଳା ଙ୍କୁ ସ୍ୱାବଲମ୍ବି କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମିଶନ ଶକ୍ତି ଭବନ ନିର୍ମାଣ କରିଛନ୍ତି।ସେହିପରି ବିନା ସୁଧରେ ମହିଳା ଗ୍ରୁପଙ୍କୁ ଟଙ୍କା ସହିତ ବହୁ ସୁବିଧା ସୁଯୋଗ ଯୋଗାଇଦେଉଛନ୍ତି।କିନ୍ତୁ କାକଟପୁର ବ୍ଲକ ଅଳ୍ପକିଛି ଦୂରରେ ନିର୍ମାଣ ସରିଥିବା ମିଶନ ଶକ୍ତି ଭବନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କିଛି ଦିନ ପୂର୍ବେ ସ୍ଥାନୀୟ ଅଂଚଳର ରାଜନୈତିକ ଦ୍ଵନ୍ଦତା ଯୋଗୁଁ ଭବନ ଉଦୁଘାଟନ ବାତିଲ ହୋଇଥିଲା।ଏଥିସହ ମିଶନ ଶକ୍ତି ଭବନ ମହିଳାଙ୍କ କାମରେ ଆସୁନାହିଁ। ସରକାର ଙ୍କ ମହତ୍ୱ ଉଦେଶ୍ୟ ପୂରଣ ହୋଇପାରୁନଥିବା ବେଳେ ଏଠି ଠିକାଦାର ମାଲାମାଲ ହେଉଥିବା ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି।ତୁରନ୍ତ ଉକ୍ତ ମିଶନ ଶକ୍ତି ଭବନ କୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବୀ ହୋଇଛି.
Recent Comments