logo
add image
ଜାତୀୟ କୃମିନାଶକ ଦିବସ ପାଳନ

ଜାତୀୟ କୃମିନାଶକ ଦିବସ ପାଳନ

ଦେବଗଡ଼/୧୦/୦୨/୨୦୨୫/ (ଆଧାର ମିଡିଆ//ପ୍ରତାପ କିଶୋର ନାୟକ)-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ କୃମିନାଶକ ଦିବସରେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ୧ ରୁ ୧୯ ବର୍ଷର ପିଲାମାନଙ୍କୁ  ମାଗଣାରେ କୃମି ନାଶକ ଔଷଧ ବଣ୍ଟନ କରାଯାଉଛି । ଜ଼ିଲ୍ଲାପାଳ ଶ୍ରୀ ସାହୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ସୁନ୍ଦର ସ୍ୱାସ୍ଥ୍ୟ  ଓ ସୁନ୍ଦର ଜୀବନ ପାଇଁ କୃମି  ବଟିକା ପିଲାମାନେ ନିତ୍ୟନ୍ତ ଖାଇବା  ଦରକାର କୃମି ସଂକ୍ରମଣକୁ ସହଜରେ ନିୟତ୍ରଣ କରିହେବ।  ଜ଼ିଲ୍ଲାପାଳ ଶ୍ରୀ ସାହୁ କୃମିବଟିକା ଖୁଆଇ ଥିଲେ,ବିଦ୍ୟାଳୟ ଓ ଅଙ୍ଗନୱାଡି ମାଧ୍ୟମରେ କୃମିନାଶକ  ବଟିକା ଓ ସିରପ ମାଗଣାରେ ଦିଆଯିବ । କାର୍ଯ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱ ମୋହନ ମିଶ୍ର, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଧନର୍ଜୟ ମହାନ୍ତ, ଡ଼ ପ୍ରଭାତ ଓଝା, ଡ଼ ବଂଶୀଧର ପାତ୍ର, ଡ଼ ଅମରେଶ ଶତପଥୀ, ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ , ଡେପୁଟି ମ୍ୟାନେଜେର ଜ୍ୟୋସ୍ନା ଶର୍ମା, ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ଜିଲ୍ଲା ଚିକିତ୍ସାଳୟର କର୍ମଚାରୀ ଉପସ୍ଥିତ ଥିଲେ l

Recent Comments

Leave Comments

Top