logo
add image
ଫାଇଲେରିଆ ନିରାକରଣ ଅଭିଯାନର ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ  ।

ଫାଇଲେରିଆ ନିରାକରଣ ଅଭିଯାନର ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ ।

ବଲାଙ୍ଗିର/ ୧୦/୦୨/୨୦୨୫/ (ଆଧାର ମିଡ଼ିଆ )-ବଲାଙ୍ଗିର ଜିଲ୍ଲାର ୧୧ ଗୋଟି ବ୍ଲକ ଓ ୫ ଗୋଟି ସହରାଞ୍ଚଳରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ପୃଥୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯକ୍ରମର ଶୁଭାରମ୍ଭ ହୋଇଥିଲା । ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର ନିଜେ ଡି॰ ଇ॰ ସି ବଟିକା ଓ କୃମିନାଶକ ବଟିକା ଖାଇ ଏହି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ରମେଶ ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ କୁବେର ଚନ୍ଦ୍ର ମହନ୍ତ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ ସୁଦ୍ଧା ବାର୍ଳା, ଟାଟା ପାୱାର ସିଏସଆର ମୁଖ୍ୟ ଅରୁଣା ମରାଣ୍ଡି,ପୃଥୀରାଜ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ପାତ୍ର, ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ସୁରେଶ ସ୍ଵାଇଁ  ଙ୍କ ସମେତ ଜିଲ୍ଲା କାର୍ଯ୍ୟଳୟ ର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ଆଜି ଜିଲ୍ଲା କାର୍ଯ୍ୟଳୟର ବିଭିନ୍ନ ଅଧିକାରୀ ଓ କର୍ମଚାରୀ ମାନେ ଡି॰ ଇ॰ ସି ବଟିକା ଓ କୃମିନାଶକ ବଟିକା ଖାଇଛନ୍ତି । ଜିଲ୍ଲାର ୧୩  ଲକ୍ଷ ୪୯ ହଜାର ୪୧ଜଣ  ଜନସଂଖ୍ୟାକୁ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ଡି॰ ଇ॰ ସି ବଟିକା ଓ କୃମିନାଶକ ବଟିକା ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ଯାଇ ପରିବାରର ସଦସ୍ୟ ସଦସ୍ୟା ମାନଙ୍କୁ ବୟସ ଅନୁସାରେ ଏହି ବଟିକା ଖୁଆଇବେ । ଜିଲ୍ଲାପାଳ ଏହାକୁ ଏକ ଟିମ ଭାବେ କାମ କରିବା ସହ ଅଭିଯାନକୁ ସଫଳ କରାଇବାକୁ କହିଥିଲେ । ତେଣୁ ଜନସାଧାରଣ ଏହି ଅଭିଯାନରେ ସହଯୋଗ କରିବା ସହ ଏହି ବଟିକା ନିଶ୍ଚୟ ଖାଇବାକୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Recent Comments

Leave Comments

Top