ଖୋର୍ଦ୍ଧା/୧୦/୦୨/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ )-ଓଡ଼ିଶାର ବିଶିଷ୍ଟ ଗାଳ୍ପିକ ସୁନୀଲ ବୋଷଙ୍କର ନିର୍ବାଚିତ ଗଳ୍ପ ସଙ୍କଳନ ‘ବିଶ୍ବାମିତ୍ର ଜନସେବା ଟ୍ରଷ୍ଟ ' କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ‘ଅଭିବ୍ୟକ୍ତିର ସ୍ୱର-ଆସର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଡ଼. ପ୍ରମୋଦ ଚନ୍ଦ୍ର ଦାସ, ଡ଼.ନଟବର ସାହୁ,ଅନୁବାଦକ ଆଶିଷ ରାୟ,ବିପିନ ବିହାରୀ ମିଶ୍ର,ସନ୍ତୋଷ କୁମାର ଦାସ,ପ୍ରାବନ୍ଧିକ ସମରେନ୍ଦ୍ର ବଳିୟାରସିଂ,ବାଇଧର ମିଶ୍ର, ଗୋବିନ୍ଦ ଚନ୍ଦ୍ର ମହାରଣା, ସମ୍ବିତ୍ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଶ୍ଵେତ କୁମାର ମିଶ୍ର,ବ୍ରଜ କିଶୋର ସାହୁ ପ୍ରମୁଖ ଯୋଗଦେଇ ସୁନୀଲ ବୋଷଙ୍କ ଦ୍ବାରା ରଚିତ କ୍ଷୁଦ୍ରଗଳ୍ପର ପୁସ୍ତକ ଉପରେ ମତ ରଖିଥିଲେ । ସାମାଜିକ ସମସ୍ୟା ଓ ମାନବୀୟ ଚରିତ୍ରଗୁଡ଼ିକୁ ପାଠକ, ପାଠିକାମାନଙ୍କ ନିକଟରେ ପହଞ୍ଚେଇବାର ଆବଶ୍ୟକତା ଉପରେ ଗାଳ୍ପିକ ସୁନୀଲ ବୋଷ ଆଲୋକପାତ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ରାମଶଙ୍କର ଦୈନନ୍ଦିନ ଜୀବନରେ ଅନାବଶ୍ୟକ ଭାବରେ ଇଂରାଜୀ ଭାଷା ବ୍ୟବହାର ବନ୍ଦକରି ଓଡ଼ିଆ ଭାଷାର ବ୍ୟବହାର ଉପରେ ରାଜ୍ୟବାସୀ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । ଆର୍ଥିକ ଭାବରେ ସ୍ଵଚ୍ଛଳ ପ୍ରତ୍ୟେକ ଓଡ଼ିଆ ଦୈନିକ ଓଡ଼ିଆ ଖବର କାଗଜ ଓ ମାସିକ ପତ୍ରିକାଟିଏ କିଣିବାକୁ ଅନୁରୋଧ କରିଥିଲେ । ଓଡ଼ିଆ ଭାଷାରେ ଲେଖାଯାଇନଥିଲେ ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କ ନିମନ୍ତ୍ରଣ ରକ୍ଷା ନ କରିବାକୁ ଉପସ୍ଥିତ ଓଡ଼ିଆ ଭାଷା ଅନୁରାଗୀ ସ୍ଥିର କରିଛନ୍ତି ଓ ମାତୃଭାଷା ପ୍ରେମୀଙ୍କୁ ଓଡ଼ିଆ ଭାଷାରେ ନିମନ୍ତ୍ରଣ ପତ୍ର ଲେଖୁବା, ପାରିବାରିକ ଓ ସାମାଜିକ ସମ୍ବୋଧନ ବ୍ୟବହାର କରିବା, ବ୍ୟବସାୟିକ ନାମଫଳକ ଓ ବିଜ୍ଞାପନ ଇତ୍ୟାଦି ବହୁଳ ଭାବରେ ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି ।
Recent Comments