logo
add image
ଭାରତୀୟ ସାହିତ୍ୟର ଆଗ୍ନେୟ ଆଭା କୁନ୍ତଳା କୁମାରୀ

ଭାରତୀୟ ସାହିତ୍ୟର ଆଗ୍ନେୟ ଆଭା କୁନ୍ତଳା କୁମାରୀ

ଖୋର୍ଦ୍ଧା/୧୦/୦୨/୨୦୨୫/( ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନକୁମାର ସ୍ବାଇଁ)-ଓଡ଼ିଆ ଓ ହିନ୍ଦୀ ସାହିତ୍ୟର ଅମ୍ଳାନ ପ୍ରତିଭା ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଖୋର୍ଦ୍ଧା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗୀତାଭବନଠାରେ ପାଳିତ ହୋଇଯାଇଛି । ଖୋର୍ଦ୍ଧା ସାହିତ୍ୟ ସଂସଦର ସଭାପତି ଗବେଷକ ଗୋପାଳକୃଷ୍ଣ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦକ କବି ବିଭୂପ୍ରସାଦ ହରିଚନ୍ଦନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ କବି ବୈକୁଣ୍ଠନାଥ ରାଜଗୁରୁ ଅତିଥି ପରିଚୟ କରିଥିଲେ ।
ମୁଖ୍ୟ ଅତିଥୁ ସାରଳା ପୁରସ୍କାରପ୍ରାପ୍ତ କବି ବନଜ ଦେବୀ କୁନ୍ତଳାଙ୍କ କବିତାରେ ଐଶୀ ଚେତନା, ପ୍ରକୃତି ପ୍ରୀତି, ସୁଦେଶ ପ୍ରେମ ଓ ବୈଶ୍ୱକ ମାନବବାଦର ସଦୃଷ୍ଟାନ୍ତ ଉଦାହରଣ ଦେଇ ସେ କାଳଜୟୀ ବୋଲି ପ୍ରତିପାଦନ କରିଥିଲେ । ତାଙ୍କ ରଚିତ ୬ଟି ଉପନ୍ୟାସ ଓଡ଼ିଶାର ଅର୍ଦ୍ଧ ଶତ ଇତିହାସର ପ୍ରତିଛବି, ଏଥିରେ ସେ ସାମାଜିକ କୁସଂସ୍କାର ଅନ୍ଧବିଶ୍ଵାସ ଓ ଅନାଚାର ବିରୁଦ୍ଧରେ ଦୃଢ଼ ପ୍ରତିବାଦ ରହିଛି । ମୁଖ୍ୟବକ୍ତା ଡ଼.ବାସନ୍ତୀ ମହାନ୍ତି ଚକ୍ରଧର ମହାପାତ୍ରଙ୍କ ଲିଖୁତ କୁନ୍ତଳା କୁମାରୀ ଜୀବନ ଚରିତରେ ଥିବା କବିଙ୍କର କୈଶୋର ଜୀବନର ସ୍ମୃତି ଓ ଖୋରଧା ସହ ଥିବା ସମ୍ପର୍କ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ସମ୍ମାନନୀୟ ଅତିଥି କାନନବାଳା ପଟ୍ଟନାୟକ ଦ୍ବାରା କୁନ୍ତଳାଙ୍କ ହିନ୍ଦୀ କବିତା ଗ୍ରନ୍ଥ‘ ବରଣମାଳା’ର ଓଡ଼ିଆ ଅନୁବାଦ ଗ୍ରନ୍ଥ ପାଠକାର୍ପଣ କରାଯାଇଥିଲା । ଏହି ଉତ୍ସବରେ ବନଜ ଦେବୀଙ୍କୁ ଆଜୀବନ ସାରସ୍ଵତ ସାଧନା ପାଇଁ କୁନ୍ତଳା କୁମାରୀ ସମ୍ମାନ ପ୍ରଦାନ କରାଯାଇଥିଲା ।ଖୋର୍ଦ୍ଧାର ଖ୍ରୀଷ୍ଟିୟାନ୍ ସାହିରେ ଥୁଲା କୁନ୍ତଳାଙ୍କ ପିତା ପ୍ରପିତାଙ୍କ ଘର । ମୃତ୍ୟୁ ପୂର୍ବରୁ ୧୯୩୬ରେ ସେ ଲେଖୁଥିଲେ । ମୋତେ ୧ଲକ୍ଷଟଙ୍କା ହେଲେ ମୁଁ ନାରୀ ମାନଙ୍କ ଉନ୍ନତିପାଇଁ ବରୁଣେଇ ପାଦ ଦେଶରେ ଏକ ଶିକ୍ଷାନୁଷ୍ଠାନ ସ୍ଥାପନ କରିବି । ତତ୍କାଳୀନ ସମୟରେ ୧ଲକ୍ଷ ଟଙ୍କା ଏକ ସ୍ୱପ୍ନଥିଲା । ଖୋର୍ଦ୍ଧାଥିଲା ତାଙ୍କ ସାରସ୍ବତ ଜୀବନା ଏନ୍ତୁଡ଼ିଶାଳ ।ରାଜ୍ୟ ସରକାର ତାଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପରି ଦେଇଥିଲେ ହେଁ ଅଦ୍ୟାବଧୂ ତାହା ହୋଇପାରିନାହିଁ । ତେଣୁ ସଂସ୍କୃତି ବିଭାଗ ଏଥିପ୍ରତି ବିହିତ ପଦକ୍ଷେପ ନେବାକୁ ଖୋରଧା ସାହିତ୍ୟ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି ।
ଉତ୍ସବର ଆଦ୍ୟ ଭାଗରେ ଆୟୋଜିତ କବିତା ପାଠୋତ୍ସବ ଉପସଭାପତି ଇତିଶ୍ରୀ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ଡ. ରଜନୀ ରଣସିଂହ, ଆରତୀ ମଞ୍ଜରୀ ଦାଶ, ଡ୍ର, ସସ୍ମିତା ପଟ୍ଟନାୟକ, ଡ଼. ଚପଳା ପଣ୍ଡା, ସଂଯୋଜନା କରିଥିଲେ । ବୈକୁଣ୍ଠନାଥ ରାଜଗୁରୁ ଓ ପ୍ରଫୁଲ୍ଲ ସାମନ୍ତରାୟ, ସମୀକ୍ଷା କରିଥିଲେ । ନାରାୟଣ ଦାସ, ବିକ୍ରମ କେଶରୀ ଚମ୍ପରି, ନୀଳାଦ୍ରିନାଥ ଜଗଦେବ, ନଳିନୀ ଦାସ, ବର୍ଷା ଦାସ, ବାସୁଦେବ ସାହୁ, ଦିବ୍ୟ ଲୋଚନ ଭାରିମଲ୍ଲ, ଗୀତାଞ୍ଜଳି ମହାପାତ୍ର ଏବଂ ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କବିତା ପାଠ କରିଥିଲେ । ଶ୍ଵେତ ପଦ୍ମାସିନୀ ମହାପାତ୍ର, ଭୀମସେନ ପ୍ରଧାନ, ଲକ୍ଷ୍ମୀଧର ବଡ଼ଜେନା, ଡ଼. ବୃନ୍ଦାବନ ପଣ୍ଡା, ବିଜୟ ସାମନ୍ତସିଂହାର, ତପନ ମହାପାତ୍ର, ଡ଼. କୈଳାସ ମହାରଣା, ସୌଦାମିନୀ ପଟ୍ଟନାୟକ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ସଂଗଠନ ସମ୍ପାଦକ ବଂଶୀଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

Recent Comments

Leave Comments

Top