logo
add image
ବ୍ଲକସ୍ତରୀୟ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ

ବ୍ଲକସ୍ତରୀୟ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ

ପଦ୍ମପୁର/ବରଗଡ/୧୧/୨/୨୦୨୫/ (ଆଧାର ମିଡ଼ିଆ// ଡିଲେଶ୍ୱର ବାଗ): ପଦ୍ମପୁର ବ୍ଲକ ସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ ସ୍ଥାନୀୟ ୱିନର ବ୍ରାଇଟ ଫ୍ଯୁଚର ସ୍କୁଲ ପଦ୍ମପୁର ଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପଖଣ୍ଡର ସୁପିରିଟେଣ୍ଡେନ ଡ଼ଃ ଆଶୁତୋଷ ହୋତା ମୁଖ୍ୟଅତିଥି ଭାବରେ ଯୋଗଦେଇ ସାମୁହିକ କୃମିନାଶକ ଔଷଧ ସେବନ ଉପରେ ଆଲୋକପାତ କରିଥିଲେ ଏବଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡ଼ଃ ରଜତ କୁମାର ସାହୁ, ଜମଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ ମୀନକେତନ ବେହେରା, ହସ୍ପିଟାଲ ମେନେଜର ଦିବ୍ୟ କୁମାର ମେହେର,ବିପିଏମ ଜମଲା ଶେଖ ୱାସୀମ ରାଜା, ମହିଳା ସ୍ୱାସ୍ଥ୍ୟ କର୍ମି ବିଶ୍ୱଲୟା ସାହୁ,ଆଶା କର୍ମି ଲକ୍ଷ୍ମୀବାଗ ଓ ସସ୍ମିତା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ୱିନର ବ୍ରାଇଟ ଫ୍ଯୁଚର ସ୍କୁଲର ଅଧ୍ୟକ୍ଷ ଅପାଲି ଅପରାଜିତା ଓ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ସେହିପରି ଭାବେ ବ୍ଲକର ସମସ୍ତ ସ୍କୁଲ ତଥା ଅଙ୍ଗନବାଡି କେନ୍ଦ୍ରରେ ଏହି କୃମିନାଶକ ଔଷଧ ସେବନ କରାଯାଇଥିଲା।

Recent Comments

Leave Comments

Top