logo
add image
ଆଇନ ସଚେତନତା କାର୍ଯ୍ୟକ୍ରମ

ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର/୧୩/୦୨/୨୦୨୫/ (ଆଧାର ମିଡ଼ିଆ )- ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ, ଆଜି ମହଲେଇ ଗ୍ରାମ ଫଚାୟତ ପରିସରରେ ବିବାଦର ବିକଳ୍ପ ସମାଧାନ, ସ୍ଥାୟୀ ଲୋକ ଅଦାଲତ(ଜନ ଉପଯୋଗୀ ସେବା) ଓ ଆଇନ ସେବା ପ୍ରାଧିକରଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତତସହିତ ଜେଜେସିପିସି ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାୟୀ ଲୋକ ଅଦାଲତ(ଜନ ଉପଯୋଗୀ ସେବା)ର ଅଧ୍ୟକ୍ଷ ବିମଲ କୁମାର ଚାନ୍ଦ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ, ଜେଏମଏଫସି ତୁଷୁରା ଏଚ ରେହମାନ ସିଦ୍ଧିକ,ଦେଉଗାଁ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରିୟରଂଜନ କୁମାର, ମହଲେଇ ଗ୍ରାମ ପଂଚାୟତର ପିଇଓ ବିରେନ୍ଦ୍ର ନାଗ, ସ୍ଥାନୀୟ ସରପଂଚ ଚିତ୍ତରଞ୍ଜନ ସାହୁ ଏବଂ ସମିତିସଭ୍ୟା ସମ୍ମିତ ଭୋଇ ଯୋଗ ଦେଇଥିଲେ ।
                     ଏହି ଶିବିରରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଚାନ୍ଦ ବିକଳ୍ପ ସମାଧାନ ବ୍ୟବସ୍ଥା ଓ ସ୍ଥାୟୀ ଲୋକ ଅଦାଲତ(ଜନ ଉପଯୋଗୀ ସେବା)ର ରହିଥିବା ବ୍ୟବସ୍ଥା ଉପରେ ଗୁରୁତ୍ବଆରୋପ କରିଥିଲେ । ସଚିବ ଶ୍ରୀଯୁକ୍ତ ପ୍ରଧାନ ବିକଳ୍ପ ସମାଧାନ ବ୍ୟବସ୍ଥା ଓ ଏହାର ଉପକାରିତା ତତସହିତ ଆଇନ ସେବା ପ୍ରାଧିକରଣର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ତଥା ମାଗଣା ଆଇନ ସେବା ଉପରେ ସୂଚନା ଦେଇଥିଲେ, ତତସହିତ ଆସନ୍ତା ମାର୍ଚ୍ଚ ୦୮ ରିଖରେ ପ୍ରଥମ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାର ସୂଚନା ଦେଇଥିଲେ । ଉକ୍ତ ଶିବିରେ ଶ୍ରୀଯୁକ୍ତ ସିଦ୍ଦିକ. ଜେଜେସିପିସି ନିୟମ  ଉପରେ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କୁମାର ଜନସାଧାରଣମାନେ କିଭଳି ବିକଳ୍ପ ସମାଧାନ ବ୍ୟବସ୍ଥାର ଉପଯୋଗ କରିପାରିବେ ସୂଚାଇଥିଲେ । ଏଥିରେ ଉକ୍ତ ପଚାୟତର ଶତାଧିକ ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ ।

Recent Comments

Leave Comments

Top