କାକଟପୁର/୧୪/୨/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ ) କାକଟପୁର ଥାନା ଅଧିନସ୍ଥ ଶ୍ରୀରାମପୁର ଗାଁ ନିକଟରେ ଏକ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଷ୍ଟୋରରୁମ ଗୃହର ତାଲାଭାଙ୍ଗି ବୁଧବାର ବିଳମ୍ବିତ ରାତ୍ରିରେ କୋୖଣସି ଦୁର୍ବୁତ୍ତ ୫0 ହଜାରରୁ ଉର୍ଦ୍ଧ ଟଙ୍କାର ଯନ୍ତ୍ରାଶ°କୁ ଚୋରିକରି ନେଇଯାଇଛି l ଖବରରୁ ପ୍ରକାଶ ବାଜପୁର ଗାଁର ବିଜୟ କୁମାର ସାହୁଙ୍କ ନବନିର୍ମିତ ଗୃହକାର୍ଯ୍ୟ ଶ୍ରୀରାମପୁର ଗାଁ ନିକଟରେ ଚାଲିଥିଲା l ସବୁଦିନ ଭଳି ବିଜୟ ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀ ଷ୍ଟୋରରୁମରେ ଚାବିପକାଇ ନିଜଘରକୁ ଯାଇଥିଲେ l କିନ୍ତୁ କୋୖଣସି ଦୁର୍ବୁତ୍ତ ବିଜୟଙ୍କ ଷ୍ଟୋରରୁମ ଗୃହର ତାଲାଭାଙ୍ଗି ଗୋଟିଏ ଜେନେଟର ,ଗୋଟିଏ ପାଣି ପମ୍ପ, ଦୁଇଟି ହାଲୋଜିନି ଲାଇଟ,ବେଲଚା ,ରସକୁଣ୍ଡ ୪ଟି ସହ ବହୁ ଆସବାବ ପତ୍ରକୁ ଲୁଟିନେଇଛି l ଏସଂକ୍ରାନ୍ତରେ କାକଟପୁର ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
Recent Comments