ବାଲିଗୁଡା/୧୪/୦୨/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଂଚଳରେ ପୁନଃ ଦ୍ଵିତୀୟ ଥରପାଇଁ ଲାଲବାହିନୀ ବ୍ୟାନର ଓ ମାଓପୋଷ୍ଟର ଲଗାଇ ସ୍ଥିତି ଜାହିରକରିଛି l କୋଟଗଡ଼ ଥାନା ସୁବର୍ଣ୍ଣଗିରି ରାସ୍ତାର କହମଗୁଡା ଛକ ନିକଟରେ ଶୁକ୍ରବାର ସକାଳୁ ସକାଳୁ ବାଘୁନା ଡିଭିଜନାଲ କମିଟିପକ୍ଷରୁ ଏକାଧିକ ମାଓ ଵ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି l ଚଳିତ ମାସ ୧୦ ତାରିଖ ସୋମବାର ଦିନ କୋଟଗଡ଼ ଥାନା ଜାମଝୋର ଗାଁ ନିକଟରେ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କରିଥିବା ବେଳେ ଆଜି ପୁଣି ଲଗାତାର ଦ୍ଵିତୀୟ ଥରପାଇଁ ଲାଲ ଵ୍ୟାନର ଓ ମାଓ ପୋଷ୍ଟର ଲଗାଇ ଅଂଚଳରେ ନିଜ ସ୍ଥିତି ଜାହିର କରିଛି ଲାଲବାହିନୀ l ଉକ୍ତ ବ୍ୟାନର ଓ ପୋଷ୍ଟରରେ ଓଡିଶା ବନ୍ଦ ଡାକରାକୁ ସଫଳ କରିବାକୁ ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ଡାକରା ଦେଇଛି l ଭାଜପା ସରକାରର ରଣନୈତିକ ଆକ୍ରମଣ ଅପେରସନ "କାଗର "କୁ ବିରୋଧ କରିଛି ଲାଲ ବାହିନୀ l ଓଡିଶା ଛତିଶଗଡ ସୀମା କୁଲ୍ଲାଡି ଘାଟ ରେ ପୋଲିସ ଦ୍ୱାରା ନିହତ ୧୬ ଜଣ ସାଥି ମାଓବାଦୀ ଙ୍କ ନରସଂହାର କୁ ବିରୋଧ କରିବାକୁ ମାଓବାଦୀ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି l ଶହୀଦଙ୍କ ରକ୍ତଛୁଇଁ ଶପଥନେଇ ଶତ୍ରୁକୁ ହରାଇ ଜନ ଯୁଦ୍ଧକୁ ତେଜ କରିବାକୁ ଆହ୍ୱାନ ଦେଇଛି ଲାଲ ବାହିନୀ l ତେବେ କୋଟଗଡ଼ ଅଂଚଳରେ ଦୀର୍ଘଦିନ ପରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଦୁଇ ଥର ମାଓବ୍ୟାନର ଓ ପୋଷ୍ଟର ଜାରି ହୋଇଥିବାରୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି l
Recent Comments